ବର୍ଷା
ବର୍ଷା
1 min
287
ଆସ ଗୋ ବର୍ଷା ନ କରି ଈର୍ଷା
ଭିଜେଇ ଦିଅ ଏ ଧରଣୀ
ସବୁଜ ସ୍ୱ।କ୍ଷର କରି ଧରାଧାମେ
ଲେଖିଯାଅ ନୂଆ କହାଣୀ ।।
ସବୁଜ ବନ୍ୟାର ରଚୟିତା ତୁମେ
ଭିନ୍ନ ତୁମରି ସ୍ଥାପତ୍ୟ
ଅମୃତ ଝରାଅ ଓଠରୁ ତୁମରି
ତେଜି ଅଭିମାନୀ ହୃଦୟ ।।
ଭଲପାଏ ବୋଲି ଜନ୍ମଜନ୍ମାନ୍ତର
ସରାଗେ କରୁଛି ଅଳି
ଆକୁଳବିକଳ ହେଲେଣି ସକଳ
ଦିଅ ଗୋ ବାରିଧି ଢାଳି ।।
