STORYMIRROR

Sushantkumar Pradhan

Romance

4  

Sushantkumar Pradhan

Romance

ପ୍ରେମ

ପ୍ରେମ

1 min
755


ପ୍ରେମ ଚିରନ୍ତନ ପ୍ରେମ ହିଁ ଶାଶ୍ୱତ 

    ପ୍ରେମ ହିଁ ଜୀବନ ଧାରା 

ପ୍ରେମ ବିନା ସୃଷ୍ଟି ଅଟେ ଅସମ୍ଭବ

   ପ୍ରୀତି ପୀୟୁଷ ନିର୍ଝରା ।।

ପ୍ରେମ ହିଁ ସାଧନା ପ୍ରେମ ଆରାଧନା

   ନାହିଁ ତାର ପରିସିମା

ଅସୁମାରୀ ଗାଥା ଗାଏ ଅନ୍ତରର

   ନ ଥାଏ ଜମା ଛଳନା ।।

ପ୍ରେମ ହିଁ ପ୍ରେରଣା ପ୍ରେମ ହିଁ ଅନନ୍ୟା

  ପ୍ରେମ ଅଟେ ସର୍ବଂସ୍ୱହା

ପ୍ରେମ ହିଁ ସଂପର୍କ ପ୍ରେମ ହିଁ ବିଶ୍ୱ।ସ

  ପ୍ରେମ ହିଁ ଆଶା ଆକାଂକ୍ଷା ।।

ପ୍ରେମରେ ନ ଥାଏ କାମନା ବାସନା

   ପ୍ରେମ ସବୁବେଳେ ସ୍ୱଛ

ଦାୟିତ୍ୱବୋଧର ଅନୁଶାସନଟେ 

   ସ୍ୱ।ର୍ଥ ତା ଆଗରେ ତୁଛ ।।

ପ୍ରେମ ହିଁ ବନ୍ଧୁତା ପ୍ରେମ ହିଁ ପୂର୍ଣ୍ଣତା

   ପ୍ରେମ ଅଟେ ବାସ୍ତବତା 

ପ୍ରେମ ପରଶରେ ହୁଏ ପୁଲକିତ

   ଥିଲେ ଟିକେ ସରସତା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance