STORYMIRROR

SARATA KUMAR DAS

Others Romance

3  

SARATA KUMAR DAS

Others Romance

ଝରା ଶ୍ରାବଣରେ ପ୍ରିୟା ତୁମେ

ଝରା ଶ୍ରାବଣରେ ପ୍ରିୟା ତୁମେ

1 min
13.4K


ଝରା ଶ୍ରାବଣ ରେ ଆସ ତୁମେ ଥରେ

ମାଟିର ମହକ ଧରି

ଝରା ଶେଫାଳୀ ଗୋ ଝରାଅ ନା ତମେ

ଆଖିରୁ ଲୋତକ ବାରି ।।

କେବେ ତୁମେ ଝର କଳକଳ ହୋଇ

କେବେ ଶୁଷ୍କ ମରୁ ଭୂଇଁ

ମୋ ଜୀବନ ପଥେ ସାଥୀଟିଏ ତମେ

ଭରା ଯୌବନା ନଈ ।।

କେବେ ବରଷାର ମଧୁର ଗୁଂଜନ

କେବେ ବଇଶାଖୀ ତାତି

ଶୀତୁଆ ସଂଜର ମୃଦୁ ସମୀରଣ

କେବେ ତୁମେ ଜହ୍ନ ରାତି ।।

ଚାଲିରୁ ତୁମର ଝରିପଡେ କେବେ

ଫଗୁଣର ଫୁଲ ଝରା

କେବେ ମୌନାବତୀ ଅଳସୀ ବାସନ୍ତୀ

କେବେ ତୁମେ ମୋତି ହୀରା ।।

ହସି ଦେଲେ ତୁମେ ଜହ୍ନ ଲୁଚିଯାଏ

ପ୍ରୀତିର ମହ୍ଲାର ଝରେ

ମଧୁ ବସନ୍ତ ରେ ମଧୁର ଲଗ୍ନରେ

ଆଖିରେ ସପନ ଘାରେ ।।

ମେଘ ହୋଇ କେବେ ଛୁଇଁ ଯିବ ଯେବେ

ମୋ ମନର ବେଳା ଭୂଇଁ

ପଲ୍ଲବିତ ହେବ ଜୀବନ ପାଦପ

ଫୁଟୁଥିବ ନୀଳକଇଁ ।।

ଆକାଶ ଛାତିରୁ ଝରୁଛି ଶ୍ରାବଣ

ବେଶି ମନେ ପଡ ତୁମେ

ଦୂରେ ଚାଲିଗଲେ କଳାମେଘ ଢାଙ୍କେ

ମନ ମୋର ଝୁମେ ଭ୍ରମେ ।।

ପ୍ରିୟା ! ଥରେ ଆସ ଶ୍ରାବଣ ରାତିରେ

ଭିଜି ଭିଜି ବରଷାରେ

ତୁମ ପାଦର ନିକ୍ବଣେ ଝରୁଥିବ ମହୁ

ଭିଜୁଥିବି ପ୍ରେମ ଧାରେ ।।

ଅଧ୍ୟାପକ ଶରତ କୁମାର ଦାସ

ରାଜନୀତି ବିଜ୍ଞାନ ବିଭାଗ,

ବଡବିଲ ମହାବିଦ୍ୟାଳୟ,ବଡବିଲ


Rate this content
Log in