STORYMIRROR

SARATA KUMAR DAS

Abstract

2  

SARATA KUMAR DAS

Abstract

କୁହୁ କୁହୁ ଗାଏ କୋଇଲି

କୁହୁ କୁହୁ ଗାଏ କୋଇଲି

1 min
202

ମାଘ ମାସର ବାଘୁଆ ଜାଡ

ଗଲାଣି ଚାଲି ଦୂରେ ,

ଫଗୁଣ ଆସି ହରଷ ଚିତ୍ତେ

କବାଟ ପିଟେ ଧୀରେ


ଜାତି ଜାତିକା ଫୁଲ ତ ଫୁଟେ

ରଙ୍ଗ ତ ଦିଏ ବୁଣି,

ମଧୁର ସୁରେ ପରଜାପତି

ନିଏ ତ ମନ କିଣି


କୋଇଲି ଗାଏ ପତ୍ର ଗହଳେ

କୁହୁ କୁ' ମିଠା ଗୀତି,

ନାଚେ ଝରଣା ନାଚେ ପାହାଡ 

ଦିନ ତ ଯାଏ ବିତି


ଲଣ୍ଡା ଗଛରେ ପତର କେତେ

କଅଁଳି ଯାଏ ଧୀରେ,

ଧୀର ପବନ ମାଟିକୁ ଛୁଏଁ 

ସେନହ ପ୍ରୀତି ଝରେ

 

ଆମ୍ବ ବଉଳ ଦିଏ ବାରତା

ପୁନେଇଁ ଜହ୍ନ ହସେ,

ବସନ୍ତ ଆସି ପାଦ ପକାଏ

ଧରା ସୁନ୍ଦର ବାସେ 


ଦୋଳ ଯାତରା ଆସେ ତ ଧୀରେ

ଅବିର ଖେଳ ମଜା,

ବାଜିବ ଶଙ୍ଖ କାହାଳୀ ଘଣ୍ଟ  

ବାଜିବ କେତେ ବାଜା


ରାଧା କୃଷ୍ଣଙ୍କ ଆଶିଷ ବଳେ

ହସି ଉଠିବ ମହୀ,

ହିଂସା କପଟ ଦୂରେଇ ଦେବା

ଶାନ୍ତିର କଥା କହି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract