STORYMIRROR

Chinmaya Kumar Nayak

Abstract

5  

Chinmaya Kumar Nayak

Abstract

ଖୋଜୁଛି ନିଜକୁ

ଖୋଜୁଛି ନିଜକୁ

1 min
770

ଭିଡ଼ ଭିତରେ ନିଜକୁ ହଜେଇ ସାରିବା ପରେ

ନିୟତି ଜୁଆରେ ଆଜି ହାରି ଗଲା ପରେ

ସମ୍ପର୍କର ଚକ୍ରବୁହ୍ୟରେ ପଡ଼ିଗଲା ପରେ

ଖୋଜୁଛି ନିଜକୁ ମୋ ନିରବତାର ଭିତରେ।। 


ବିଶ୍ୱାସର ଶେଷ ଦୀପ ଲିଭିଗଲା ପରେ

ଶେଷ ପ୍ରହରର ସ୍ୱପ୍ନ ଅଧା ରହିଗଲା ପରେ

ପ୍ରେମ ପୁଷ୍ପ କୀଟଦ୍ରଂଷ୍ଟ ହୋଇଗଲା ପରେ

ଖୋଜୁଛି ନିଜକୁ ମୋ ନିରବତାର ଭିତରେ।।


ପ୍ରିୟ ଜନ ବାଟଭାଙ୍ଗି ଚାଲିଗଲା ପରେ

ଛାଇର ବି ବିପରୀତ ଆଚରଣ ପରେ

କଦମ୍ବ ବନରେ ନିଆଁ ଲାଗିଗଲା ପରେ

ଖୋଜୁଛି ନିଜକୁ ମୋ ନିରବତାର ଭିତରେ।।


ବସନ୍ତର ଶେଷରାଗ କ୍ଷୀଣ ହେବା ପରେ

ଶ୍ରାବଣର ଶେଷ ବୁନ୍ଦା ଝରିଗଲା ପରେ

ନିଦାଘର ବିଳମ୍ବିତ ତୃଷାର୍ତ୍ତ ପ୍ରହରେ

ଖୋଜୁଛି ନିଜକୁ ମୋ ନିରବତାର ଭିତରେ।।


ବହୁବାର ତୁଛାଟାରେ ଠକିଯିବା ପରେ

ଶ୍ୱେତ ଶବ୍ଦରେ ମିଛରଙ୍ଗ ଲାଗିଗଲା ପରେ

ଖୋଜୁଛି ନିଜକୁ ମୋ ନିରବତାର ଭିତରେ

ହଜିଲା ଅହଂତ୍ୱକୁ ଖୋଜିବା ଲକ୍ଷରେ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract