STORYMIRROR

Binay Mohapatra

Abstract

4  

Binay Mohapatra

Abstract

ଆଉ କାହା ଆଗେ କହିବି?

ଆଉ କାହା ଆଗେ କହିବି?

1 min
26.8K


ଯେତେ ବେଳ ଏଇ ଦୁନିଆ କୁ
ମୋତେ ପଠାଇ ଦେଲ,
ତୁମେ ସବୁ ଖୋଲି କହି ଥିଲ,
ପୁଣି ଥରେ ଗୀତା କର୍ମଯୋଗେ,
ମନେ ପକାଇ ବି ଦେଲ,
ଖରଚ କରିବା ପାଇଁ,
ଏଠି, ସବୁ କିଛି ମୋତେ ହିଁ
ଅର୍ଜନ କରିବାକୁ ହେବ ।
ବିଦ୍ୟା, ବୁଦ୍ଧି, ଜ୍ଞାନ, ଧର୍ମ ଓ ଅଧର୍ମ,
ପାପ, ପୂଣ୍ୟ, ଦୟା, କ୍ଷମା, ସ୍ନେହ, ପ୍ରେମ, ଘୃଣା,
ଆଦର, ହତାଦର, ରୋଗ, ନିରୋଗ,
ଅର୍ଥ ଠାରୁ ଅନର୍ଥ ପର୍ଯ୍ୟନ୍ତ ସବୁ କିଛି ।
ସତ୍ ପଥେ ଥିଲେ ତୁମେ ଖାଲି,
ପଥ ମୋର ପଥକୁ ସୁଗମ କରିବ ।
ହେଲେ, ତୁମ ସାମ୍ନା ରେ ସଦା
ମୁଁ କାହିଁକି ଦୁର୍ବଳ ହୋଇ ଯାଏ,
ହାତ ପାତେ ତୁମରି ଆଗ ରେ,
ଭାବେ ତୁମକୁ ମାଗିବିନି ତ
ଆଉ କାହାକୁ ମାଗବି?

ଯାହା କିଛି ସମସ୍ୟା ମୋ ଆସେ
ଜାଣିଛି ମୁଁ ସେ ସବୁ କିଛି,
ମୋହରି କର୍ମ ଅର୍ଜିତ, ହେଲେ
ଯେତେ ବେଳେ ଅସହ୍ୟ ହୋଇ ଯାଏ ସବୁ,
ପାଣି ନାକ ଯାଏ ଚଢେ,
ମୁଁ ତ ପାରେନା ସହି,
ଧାଇଁ ଆସେ ତୁମ ଚଉକାଠ ଯାଏ ।
ଥକା ମାରି ବସି ଯାଏ, ତୁମ ଆଗେ,
ଭାବି ଥାଏ କାହାକୁ କିଛି ବି କହିବିନି,
ହେଲେ ତୁମ ସାମ୍ନାରେ ତୁମ ମୁହଁକୁ ଦେଖିଲେ,
ସବୁ ଆବେଗ ମୋର ଉମଡି ପଡନ୍ତି,
ଯେତେ ସବୁ ଦୁଃଖ କଷ୍ଟ,
କଣ୍ଠରେ ମୋ ଜମା ହୋଇ ଯାଏ ।
ତୁମକୁ ମୋର ଖୁବ୍ ନିଜର,
ମୋର ଅତି ଆପଣା ର ଭାବେ,
ସବୁ ରାଗ ଅନୁରାଗ ତରଳାଇ ଦିଏ,
ଦୁଃଖର ହିମଗିରି ମୋର,
ଘର୍ଘର ନାଦରେ ଦୁଇ କୁଳ ଲଙ୍ଘି
ଅଭିଯୋଗ ମୋ ଅଜାଡି ହୋଇ ପଡନ୍ତି,
ତୁମରି ଉପରେ,
କେତେ କଥା କି ଭାଷା ରେ କହି ଯାଏ,
ସବୁ ଦୋଷ ତୁମ ପରେ ଲଦି ଦିଏ,
ମୋ ପାରଗ, ଅପାରଗ ସବୁ ତ ତୁମରି ଭିଆଣ,
କିନ୍ତୁ, କିଛି ମୋର ଚେତନ ରେ ନୁହେଁ ।
ପଛେ ପଶ୍ଚାତାପ କରେ,
ତୁମକୁ ଏପରି ସବୁ କଥା ପାଇଁ,
ଦୋଷି କରି ଦେବା ଟା ଉଚିତ ନଥିଲା,
ହେଲେ ମନକୁ ବୁଝେଇ ଦିଏ,
ତୁମ ଆଗ ରେ କହିବିନି ତ,
ଆଉ କାହା ଆଗ ରେ କହିବି ?
ତୁମେ ପରା ମୋର ସବୁଠୁ ନିଜର ।


Rate this content
Log in

Similar oriya poem from Abstract