Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବିନୟ ମହାପାତ୍ର

Abstract Classics Inspirational

4  

ବିନୟ ମହାପାତ୍ର

Abstract Classics Inspirational

ନବବର୍ଷ, ନୂତନ ସମ୍ଭାବନା

ନବବର୍ଷ, ନୂତନ ସମ୍ଭାବନା

1 min
323



ନବବର୍ଷ ଆସୁଛି !

ଏଥିରେ ନୂଆ କଣ ଅଛି ?

ଇଏ କିଛି ନୂଆ କଥା ନୁହେଁ,

ଗତ ବର୍ଷ ନବବର୍ଷ ଆସି ଥିଲା,

ଆସନ୍ତା ବର୍ଷ ବି ଆସିବ,

ତିନି ଶହ ପଅଁଶଠି ଦିନରେ

ଏଇମିତି ବାରମ୍ବାର ଆସୁଥିବ ।


ନବବର୍ଷ, ଏମିତି କିଛି

ବର୍ଷକରେ ଥରେ ଆସୁଥିବା,

ଦିନିକିଆ ପର୍ବଟିଏ ନୁହେଁ,

ରଙ୍ଗ ବିରଙ୍ଗି ଅଭିନନ୍ଦନପତ୍ର ପଠାଇବା,

ରାତିଅଧେ ଚକମକି ବାଣ ଫୁଟାଇ

ପାର୍ଟି ପିକନିକ୍ ଆଉ ଆଲୁଅ ରୋଷଣୀରେ

ନୂଆବର୍ଷ ମନେଇବା ଏବଂ ପୁଣି ଭୂଲିଯିବା ।


ପ୍ରତିଟି ନୂତନ ବର୍ଷ,

'ତିନି ଶହ ପଅଁଶଠି ପୃଷ୍ଟାର'

ଅନେକ ଆଶାର ନୂଆ ଉପହାର !

ତିନି ଶହ ପଅଁଶଠି ସମ୍ଭାବନାର

ଏକ ରଙ୍ଗୀନ ଫୁଲହାର !

ପ୍ରତି ଦିନ, ଏକ ନୂତନ ଦିବସ

ପ୍ରତିଟି ସ୍ୱପ୍ନ ଏକ ନୂତନ ସନ୍ଦେଶ ।

ଗୋଟିଏ ବର୍ଷ ମଣିଷ ଜୀବନରେ

ବହୁତ କିଛି ଦେଇ ନେଇ ପାରେ,

ବହୁତ କିଛି ବଦଳି ଯାଏ ଗୋଟିଏ ବର୍ଷରେ

ପ୍ରତିଟି ସୂର୍ଯ୍ୟୋଦୟ ଆଉ ସୂର୍ଯ୍ୟାସ୍ତ ସାଥିରେ ।

ଆଜିର ଗୋଟିଏ ଇଟା ଆସନ୍ତା କାଲିପାଇଁ

ନୂଆ ଏକ ତାଜମହଲ ମୂଳଦୁଆଁ ହେବ,

ପ୍ରତିଟି ନୂତନ ସୁଯୋଗ,

ପ୍ରତିଟି ଦିନକୁ ନୂଆ ରୂପ ଦେବ ।


ଆସ ବନ୍ଧୁ, ନୂତନ ବର୍ଷକୁ

ନୂଆ କରି ଜୀଇଁଯିବା,

ପୁରୁଣା ଦିନର ଅଭିଜ୍ଞତା ସାଥେ ନେଇ,

ନୂଆ କରି ଜୀବନକୁ ସଜାଇବା ।

ପ୍ରତିଟି ନୂତନ ଦିନ

ନୂଆ ନୂଆ ସ୍ୱପ୍ନ ନେଇଆସୁ

ସବୁରି ଜୀବନେ ଖୁସିର କୁସୁମ ବରଷୁ ।

ନୂତନ ଯୌବନ ଆସୁ ସବୁରି ଜୀବନେ,

ଖେଳିଯାଉ ନବ ଉଦ୍ଦିପନା,

ଭରିଯାଉ ନବୀନ ପୁଲ୍ଲକ ପ୍ରତି ଜନ ମନେ ।


ଏଇ ବର୍ଷ ଖୁସି ତ ଆସିବ ଅନେକ,

ସୁଖ ସାଥେ କିଛି ଦୁଃଖ ବି ଆସିବ,

ସୁଖ ସବୁ ବାଣ୍ଟିଯିବା ଆପଣା ଭିତରେ

ଏକ ଆରେକର ହାତ ଧରିନେବା

ପ୍ରତିଟି ଦୁଃଖ ମୁହୁର୍ତ୍ତରେ ।

ହେ ନବବର୍ଷ,

ନୂଆଖୁସି ସାଥେ ନେଇଆସ,

ହୁଅ ତୁମେ ସବୁରି ଜୀବନେ,

ସ୍ୱପ୍ନିଳ ସ୍ୱର୍ଣ୍ଣମୟ ବର୍ଷ ।।


Rate this content
Log in

Similar oriya poem from Abstract