STORYMIRROR

ବିନୟ ମହାପାତ୍ର

Abstract Classics Inspirational

4  

ବିନୟ ମହାପାତ୍ର

Abstract Classics Inspirational

ଚାଲିଗଲା ମଣିଷ

ଚାଲିଗଲା ମଣିଷ

1 min
323


ଆଜି

ମୁଁ ଅଛି

ତୁମେ ଅଛ

ଆଜି ମୋ ପାଖେ

ବେହିସାବ ସମୟ ବଳିଛି,

କିନ୍ତୁ ଦି'ଘଡି ପାଖେ ବସି

କିଛି କହି, କିଛି ଶୁଣି

କିଛି ମାନ ଅଭିମାନ କରି

ଆଉ କିଛି ଖୁସି ବାଣ୍ଟିବାକୁ

ତୁମ ପାଖେ ଘଡ଼ିଏ

ଫୁରସତର ସମୟ କି ଅଛି ?

ଏଇମିତି ପ୍ରତୀକ୍ଷାରେ

ବେଳ ସିନା ଗଡି ଗଡି ଯାଏ

ହେଲେ, ମୋ ପାଖେ ବସିବାକୁ

କାହା ପାଖେ ଆଜି ସମୟ ନଥାଏ ।

କାଲି,

ତୁମେ ଥିବ,

ତୁମ ପାଖେ ସମୟ ବି ଥିବ

ହେଲେ ଗୋଟିଏ ମୁହୁର୍ତ୍ତେ

ତୁମ ସାଥେ ବସିବାକୁ

ଦୁଃଖ ସୁଖ ଗପିବାକୁ,

ତୁମ ସାଥେ କାଲି ମୁଁ ଯେ ନଥିବି

ଯାହା କିଛି ଥିବ, ସେ କେବଳ

ମୋ କଥା, ତୁମ ମନେ

ସ୍ମୃତି‌ ହୋଇ ରହିଥିବ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract