STORYMIRROR

ବିନୟ ମହାପାତ୍ର

Romance Classics

4  

ବିନୟ ମହାପାତ୍ର

Romance Classics

ହୋଲିର ରଙ୍ଗ

ହୋଲିର ରଙ୍ଗ

1 min
20

ହେ ରାଧେ, ଦେଖ ବସନ୍ତ ଆସିଲା,

ମଧୁମାସେ ବଧୁ ବେଶେ,

କେତେ ଜାତି ଫୁଲ ଫୁଟିଗଲା ।

କେତେ ରଙ୍ଗେ ରୂପକୁ ସଜାଇ

ମନ ମୋହିନିଏ, କହିଯାଏ,

ଏଇ ଦେଖ, ଋତୁରାଜ ବସନ୍ତ ଆସିଲା ।

କେତେ ସୁହାଗରେ ଫଗୁ ଘେନି

ମଧୁ ମାସ ଫଗୁଣ ଆସିଲା,

ପ୍ରେମ ରଙ୍ଗ ବୋଳି ହୃଦେ, ମନ ମୋହିନେଲା ।

ମଳୟର ଥିରି ଥିରି ପବନରେ,

ରାଧା ସଙ୍ଗେ ମୋହନ ବି ରଙ୍ଗିଯାଏ,

ବ୍ରଜେ ହୋଲି ବୋଲି, ଚହଳ ଲାଗିଲା ।

କାହ୍ନାର ମୂରଲୀ ସତେ ନିରବି ଯାଇଛି,

କୁହୁ କୁହୁ ସୁରେ ଆଜି ଗାଉଛି କୋଇଲି,

କହିଯାଏ ମିଠା ମିଠା ସୁରେ ତା’ର,

ରଙ୍ଗକୁ ସଙ୍ଗରେ ରଖ, ଆସୁଅଛି ହୋଲି ।


ଫଗୁଣର ଅବିର ନେଇଛି,

ତୁମ ଓଠ ଚିବୁକର ନାଲି,

ତୁମ ରୂପ ଆଉଟା ସୁନାର ରଙ୍ଗ,

ହଳଦୀ ବସନ୍ତର ଚମ୍ପକ ଛଟା ବୋଳି

ତୁମ ଘନ କୁନ୍ତଳର କଳା ନେଇ,

ତୁମ ନୀଳ ନୟନର ନୀଳିମାରେ ଧୋଇ,

ଫଗୁଣର ଯେତେ ସବୁ, ଅବିର ରଙ୍ଗିନ ।

ରାଧାଗୋ ତୁମ ସଙ୍ଗ

ଜୀବନରେ ଭରିଅଛି ସବୁଜିମା ରଙ୍ଗ

ଆମ ପ୍ରେମର ରଙ୍ଗ ଯେତେ

ହୋଲିର ଅବିରେ ଭରିଛି,

ରାଧା ସଙ୍ଗେ ମୋହନର ହୋଲି ଦେଖ, 

ସାତ ରଙ୍ଗରେ ସାଜିଛି ।

ରାଧା ତୁମେ ଇନ୍ଦ୍ରଧନୁର

ସାତୋଟି ରଙ୍ଗର ଆଧାର,

କୁହ ଗୋ, ରାଧୀକେ

କେଉଁ ରଙ୍ଗ ତୁମକୁ, ରଙ୍ଗାଇ ପାରିବ,

ସବୁ ରଙ୍ଗ ଯେ, ତୁମ ରଙ୍ଗରେ ରଙ୍ଗିନ,

କେଉଁ ରଙ୍ଗ ତୁମ ଦେହେ ଅଲଗା ଦିଶିବ?


ତୁମେ ମୋର ପ୍ରାଣର ରାଧିକେ,

ପ୍ରିତିରଙ୍ଗେ ରଙ୍ଗାଇବି ତୁମ ତନୁ ମନ,

ଅବିର ସିନା ରଙ୍ଗାଇବ ତୁମ ତନୁ,

ତୁମ ଯୌବନ ସମ୍ପଦ, ହେଲେ

ଧୋଇଯିବ ସବୁ ରଙ୍ଗ, ଜଳ ସଂଯୋଗରେ ।

ରଙ୍ଗାଇବି ତୁମ ମନ, ତୁମରି ହୃଦୟ,

ପ୍ରତି କୋଣ ଅନୁକୋଣ,

ଆତ୍ମାକୁ ରଙ୍ଗାଇ ଦେବି ପ୍ରେମର ରଙ୍ଗରେ ।

ରଙ୍ଗ ତ ବାହାନା ମାତର,

ପକ୍କା ରଙ୍ଗ କେବଳ ପ୍ରେମର,

ପ୍ରେମ ରଙ୍ଗ ଶ୍ୟାମର ଗୋ,

ଶ୍ୟାମ ତ କେବଳ ରାଧାର ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance