STORYMIRROR

Surjyakanta Dash

Abstract Romance Others

4  

Surjyakanta Dash

Abstract Romance Others

ଜହ୍ନର ଠିକଣା

ଜହ୍ନର ଠିକଣା

1 min
629


ପ୍ରୀତିର ଠିକଣା ଜାଣିଛି ମୋ ପ୍ରିୟା

ଜାଣିଛି ଠିକଣା କୁଞ୍ଜର ରାଇ,

ବଂଶୀର ଠିକଣା କୁଞ୍ଜବନ ଖୋଜେ

ଗୋପାଙ୍ଗନା ଯମୁନାକୁ ଭଲ ପାଇ ।୧।

ରହି ରହି ବର୍ଷାକୁ ଚାତକ ଖୋଜୁଛି

ମୟୁରର କିଛି ଯାଏ ଆସେ ନାହିଁ,

ମୟୁରି ଖୋଜୁଛି କଳାହାଣ୍ଡିଆ ମେଘ

ସାତ ଚାତୁରିରେ ନାଚିବା ପାଇଁ ।୨।

ଜହ୍ନର ଠିକଣା ଜାଣିଛି ମୋ ପ୍ରିୟା

ତା ଓଠର ଠିକଣା ଜାଣିଛି ମୁଁ,

ତା ପ୍ରୀତି ଶ୍ରାବଣ ମୋତେ ଭିଯାଉଥାଏ

ତା ହୃଦୟରେ ବସା ବାନ୍ଧିବାକୁ ।୩।

ପ୍ରିୟାର ଠିକଣା ଜାଣିଛି ମୋ ଗାଁ ନଦୀ

ନେଇ ଦେଇଦିଏ ମୋ ନୀଳ ଲଫାପା ଚିଠି,

ନଦୀର ଏ ପାଖେ ମୋ ଗାଁ ର ଠିକଣା

ସେ ପାଖେ ମୋ ମନ ଥାଏ ଲାଖି ।୪।

ଭ୍ରମରକୁ ଜଣା ଫୁଲର ଠିକଣା

କଷ୍ଟ ପାଏ ତାକୁ ଥରେ ନ ଦେଖି,

ଅଚିହ୍ନା ଫୁଲର ବାସ୍ନାରେ ଚହଟେ ବଗିଚା

ଖୁସି ହୁଏ ତାକୁ ଜନ୍ମ ଦେଇଥିବା ମାଟି ।୫।

ସ୍ୱପ୍ନର ଠିକଣା ଯେ ରାତିଟାକୁ ଜଣା

ଲୁହର ଠିକଣା ଜାଣେ ସିନା ଆଖି,

ପ୍ରିୟା ମୋର ଆଜି ଖୋଜେ ମୋ ଠିକଣା

ରାତି କଟେ ଆଜିକାଲି ତାକୁ ଭାବି ଭାବି ।୬।

କୋଇଲିକୁ ଜଣା ଫଗୁଣ ଠିକଣା

କୁହୁତାନରେ ତା କାନ ଫାଟେ,

ଭୋଦୁଅ ଠିକଣା ଛାଇ ଆଲୁଅର ଖେଳ

କ୍ଷଣେ ଭିଜେ କ୍ଷଣେ ସୁଖେ ।୭।

ସାଗରର ଠିକଣା ନଦୀ ଯେ ଜାଣିଛି

ଝରଣା ଝରି ଆସି ମିଶେ ନଦୀରେ,

ମୁକ୍ତା କି ପାରେ ଭୁଲି ଶାମୁକା କୁ

ଶୋଭାପାଏ ମୋ ପ୍ରିୟା ଆଙ୍ଗୁଠିରେ ।୮।

କଇଁ ବି ଜାଣିଛି ଜହ୍ନର ଠିକଣା

ଭ୍ରମରକୁ ଘଉଡାଇ ଶୁଏ ଦିନରେ,

ସୂର୍ଯ୍ୟଙ୍କୁ କେବେ ଭୁଲି ପାରିବ କି ପଦ୍ମ

ନିରବତା ଅଛି ତାଙ୍କ ପ୍ରେମ ଭାଷାରେ ।୯।

ପାନ୍ଥଶାଳା ଖୋଜେ ଅତିଥି ଠିକଣା

ଖୋଜିଲେକି ମିଳେ ଅଚିହ୍ନା ବାଟୋଇ,

ପାହାନ୍ତି ପ୍ରହର କୁଆଁ ତାରା ପରି

ଖରା ପଡ଼ିଲେ ସେ ଯାଏ ମିଳେଇ ।୧୦।

ଆଜି ଜହ୍ନର ଠିକଣା ଖୋଜୁଛି ବେଶ୍ୟା ନାରୀଟିଏ

ପାଇପାରିବ କି ଉଆଁସି ରାତିରେ,

ଗୋଟେ ରାତିର ତା ପତି ସାଜିଥିଲା

ରାତି ପାହିଗଲେ ସେ କାହାର ନୁହଁଇ ।୧୧।

ନୀଳ ଆକାଶରେ ଠିକଣା ହଜାଇ

ମଲା ଜହ୍ନ ପରି ପଡ଼ିଛି ଶେଯରେ,

ଅବିଶ୍ରାନ୍ତ ପଥ କେତେ ଚାଲିବାକୁ ଅଛି

ବିକି ବିକି ଯୌବନ ଦେହ ହାଟରେ ।୧୨।

କ୍ଲାନ୍ତ ମୋର ଆଜି ଶାନ୍ତ ଶରୀର

ଠିକଣା ଖୋଜୁଛି ଯାଇ ପ୍ରିୟା ଛାତିରେ,

ଜୀବନ ନାଟକର ଶେଷ ପାହାଚରେ

ଖୋଜୁଛି ଠିକଣା ମୃତ୍ୟୁର ଶଯ୍ୟାରେ ।୧୩।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract