STORYMIRROR

Surjyakanta Dash

Tragedy Crime Children

3  

Surjyakanta Dash

Tragedy Crime Children

ଉଲଗ୍ନ ଆକାଶ

ଉଲଗ୍ନ ଆକାଶ

1 min
212


ଉଲଗ୍ନ ଆକାଶ ସାକ୍ଷୀ ରହିଅଛି

ତା ଭୋକିଲା ପେଟର କଥା,

ନିସ୍ତବ୍ଧ ରାତି ବି ଉଜାଗର ଆଜି

ତା ପାଇଁ ହୋଇଛି ସଖା ।୧।

ସ୍ୱପ୍ନରେ କେବେ ପେଟ ପୁରେନାହିଁ

ଦରକାର ଭୋକ ପାଇଁ କିଛି ଖାଦ୍ୟ,

ଅନ୍ଧାର ରାତ୍ରିରେ ସେଇ ଖାଦ୍ୟ ପାଇଁ

ସେ ବିକିଦେଉଅଛି ତା ସବୁ ଲାଜ ।୨।

ନିରୀହ ଛୁଆର କ୍ଷୁଧାର୍ତ ମୁହଁଟା

ଦେଖା ଯାଉଅଛି ଜଳ ଜଳ,

ସେଇ ମୁହଁ ଟାରେ ଟିକେ ହସ ପାଇଁ

ପିଉଅଛି ସେ ଆଜି ଜହର ।୩।

ମୁଠାଏ ଭୋକକୁ ଜାବୋଡି ଧରିକି

କରୁଛି ସେ ଯୁଦ୍ଧ ଛାୟା ,

ଅଧା ଭଙ୍ଗା ଘରେ ଦେହକୁ ବିକୁଛି

ରାତିକୁ ରଙ୍ଗିନ କରିଛି ମାୟା ।୪।

ବନ୍ଧା ପଡିଅଛି ମାଆର ମମତା

ଅବୁଝା ପଣତ ତଳେ,

ଅହରହ ଆଜି ସଂଗ୍ରାମ କରୁଛି

ଭୋକିଲା ପେଟର କୋଳେ ।୫।

ଜୀବନ ଆକାଶ ଫର୍ଚ୍ଚା ଦିଶିବକି

ସ୍ୱପ୍ନରେ କି ପୁରେ ପେଟ,

ତଥାପି ସେ ଆଜି ଅନ୍ଧ ଚିତ୍ରକର

ତୁଳିରେ ଆଙ୍କୁଛି ଦେହ ହାଟ ।୬।

ଶଙ୍ଖୁଳିବାର କୌଶଳ ସବୁ ଶିଖିବାକୁ

ବାକିନାହିଁ ଆଉ ତା ଜୀବନେ,

ନଗ୍ନ ପାପର ପୁଷ୍କରିଣୀ ସବୁ

ତୀର୍ଥ ପାଲଟିଛି ତା ମନେ ।୭।

ଜୀବନ ବାଜିର ଛକି ଶୁନ ଖେଳ

ସରିଯାଇଛି ଟିକେ ଭୋକ ପାଇଁ,

ଲୋତକ ବାରିରେ ସ୍ମୃତି ସାଉଁଟୁଛି

ସାରା ଜୀବନକୁ ବାଜି ଲଗାଇ ।୮।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy