STORYMIRROR

Sarmistha Palai

Tragedy

4  

Sarmistha Palai

Tragedy

କରୁଣା କର ହେ

କରୁଣା କର ହେ

1 min
279


ଜୀବନ ଦୀପରୁ ତେଲ ସରିଆସି

  ମିଞ୍ଜି ମିଞ୍ଜି ଜଳିଲାଣି।

କେତେ ଦିନ ଆଉ କହରେ କାଳିଆ

  ମନ ଉଚ୍ଛନ୍ନ ହେଲାଣି।


ପିଲା ଦିନୁ ଗୋଟେ ସତ ଜାଣିଛିରେ

  ଅଳପ ଆୟୁଷ ମୋର।

ଏତେ ବାଟ ହାତ ଧରି ଆସିଲୁଣି

  ବଡ଼ ପଣ ଅଟେ ତୋର।


କେତେବେଳେ ଉଡିଯିବ ମୋ' ନିଃଶ୍ୱାସ

  ଛନକା ପଶେ ଛାତିରେ।

ମରିବାକୁ ମୁହିଁ ଭୟ କରୁନିରେ

  ତୁହି ହାତ ଧରିବୁରେ।


ଯଦି ନେଇଯିବୁ ନେଇ ଯା' କାଳିଆ

  ସହି ହେଉନାହିଁ ଆଉ।

ଭକତ ବାନ୍ଧବ ତୁହି ବୋଲାଉଛୁ

  ପୁଣି ସାଜୁ କାହିଁ ଦାଉ।


କରୁଣା କର ହେ' କରୁଣା ସାଗର

  କରୁଛି ମୁଁ ନିବେଦନ।

ଜୀବ ଗଲା ବେଳେ କାଳିଆ ସୁନାରେ

  ଦେଖିବି ଚନ୍ଦ୍ର ବଦନ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy