Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Pramod Kumar Jena

Tragedy

4  

Pramod Kumar Jena

Tragedy

ବାପା ମୁଁ ଭଲରେ ଅଛି

ବାପା ମୁଁ ଭଲରେ ଅଛି

1 min
429





ବାପା ମୁଁ ଭଲରେ ଅଛି

ଘରକୁ ସେମାନେ ନେଲେ ପାଛୋଟି

ଜିନିଷ ଗଣିଲେ ଗୋଟିକି ଗୋଟି

(କହିଲେ)

ବଡ ଜିନିଷ ସିନା ଭୁଲି ଯାଇଛି

ଛୋଟ ଛୋଟ ସବୁ ଭଲ ହେଇଛି

ବାପା ମୁଁ ଭଲରେ ଅଛି---------


କାନଫୁଲ ହାର ମୁଦି ଚେନ

ଦେଖିଲେ ସୁନାକୁ କରି ଓଜନ

(କହିଲେ)

ଚୋରି ହେବ ବୋଲି ମନରେ ବୁଝି

ରୂପାର ଗହଣା ଭଲ ଦେଇଛି

ବାପା ମୁଁ ଭଲରେ ଅଛି--------


କାଠ ଜିନିଷ ବଡ ଆଦର

ଦେଖିଲେ ଶିଶୁ ନା ପିଆଶାଳ

(କହିଲେ)

ଶାଗୁଆନ କଣ ଜଙ୍ଗଲେ ଅଛି?

ଆମ୍ବକାଠ ସବୁ ଆଣିଛି ବାଛି

ବାପା ମୁଁ ଭଲରେ ଅଛି---------


(କଥା ହେଲେ)

ସମୁଦୁଣୀ ଆହା କି ହୁସିଆର

ହାର ମାନିଯିବେ ବଡ ଡାକ୍ତର

ମିଠା ଖାଇ ହେବ ଡାଇବେଟିସି

ଚୁଡା ମୁଢି ଖଇ ଆଣିଛି ବେଶି

ବାପା ମୁଁ ଭଲରେ ଅଛି---------


ପାଟ ଶାଢୀ ପରା ଭାରି ଗରମ

ସୂତା ଫେଟା ଶାଢୀ କେତେ ନରମ

ସିଲିକି କଣ ଫେସନ ଅଛି?

ସମୁଦୀ ଦେଇଛି ଦୋକାନୁ ବାଛି

ବାପା ମୁଁ ଭଲରେ ଅଛି---------


ହଣ୍ଡା ହାଣ୍ଡି ଥାଳି କଂସା ପିତ୍ତଳ

ଆଜିକା ଯୁଗରେ ହେଲା ଅଚଳ

ସେଗୁଡାକ ଆଜି କିଏ ମାଜୁଛି?

ଷ୍ଟିଲି ବାସନ ଚିଇକି ଚିକି

ବାପା ମୁଁ ଭଲରେ ଅଛି---------


ତୋ ବୋପା, ତୋ ଭାଇ, ତୋ ଗୁରୁଜନ

ସବୁବେଳେ ଏଠି ପକାନ୍ତି ମନ

ତୁମ କଥା ସବୁ ଭୁଲି ଯାଇଛି

କେତେ ସ୍ନେହ ପରା ଏଠି ମିଳୁଛି

ବାପା ମୁଁ ଭଲରେ ଅଛି---------









Rate this content
Log in