STORYMIRROR

Pramod Kumar Jena

Others

3  

Pramod Kumar Jena

Others

ରଙ୍ଗ

ରଙ୍ଗ

1 min
378



ଆଇନା ଆଗରେ ହୋଇଲି ଠିଆ

(ଦେଖିଲି) ଧୋବ ଚୁଟି ନିଶ ବୁଢା ଭଳିଆ

ମୁରୁକି ମୁରୁକି ହସି କହୁଛି

ଆଉ କଣ ଦିନ କାଳ ଆସୁଛି


ମାରିଦେଲି କଳା ନିଶଠୁ ଚୁଟି

ଆଇନା ଦେଖିଲା ଆଖି ତରାଟି

ଧଳା ଚୁଟି ଦାଢି କୁଆଡେ ଗଲା

ଏ ଦରବୁଢା ଟୋକା କେମିତି ହେଲା



ହେଲେ ସମୟ କହୁଥିଲା-

ନିଶରେ ଚୁଟିରେ ମାରୁଛ କାଳି

ମନେ ଭରିଅଛ କେତେ ଯେ ମଳି

ପ୍ରେମ ରଙ୍ଗ ଟିକେ ଦେଉନ ବୋଳି

ପ୍ରେମ ରଙ୍ଗ ଟିକେ ଦେଉନ ବୋଳି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍