STORYMIRROR

Pramod Kumar Jena

Others

4  

Pramod Kumar Jena

Others

ମୋ ଗାଆଁ

ମୋ ଗାଆଁ

1 min
369

ମୁଁ ଏବେ ଅଚିହ୍ନା  ମୋ ଗାଆଁ ମାଟିରେ

ପ୍ରଶ୍ନ ସଭିଙ୍କ ଆଖିରେ

କୁଆଡୁ ଆସିଲା        ଅଜଣା ଚଢେଇ

ମିଶୁନି ଆମ ଭିତରେ।


ଚିହ୍ନା ଲୋକେ ସବୁ   ଗଲେଣି କେବେଠୁ

ଭେଣ୍ଡା ହୋଇଲେଣି ଛୁଆ

ଯିବା ପାଇଁ ବେଳ      ଆମର ହେଲାଣି

ଡାକୁଛି ମଶାଣି ନିଆଁ ।


ଏହି ଗାଆଁ ମାଟି      ପବନେ ବଢିଛି

ମୋହର ବାଲ୍ୟ ଶୈଶବ

ପେଟ ଚାଖଣ୍ଡକ      ପାଇଁ ଘୁରି ବୁଲି

ପାଇଲିନି କାହିଁ ଠାବ ।


ଲୋକ ପଛେ ମୋତେ ନ ଚିହ୍ନନ୍ତୁ କେହି

ଗାଆଁ ଦାଣ୍ଡ ମୋର ସାକ୍ଷୀ

ବଦଳି ଗଲେ ବି        ରଙ୍ଗ ରୂପ ତାର

ଧରୁଛି ମୋତେ ସେ ଚାପି।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍