STORYMIRROR

Pramod Kumar Jena

Crime

4  

Pramod Kumar Jena

Crime

ରଜ ମଉଜ

ରଜ ମଉଜ

1 min
351

ବୋଉ ପାଟ ଶାଢୀ   କୁନି ନାଲି ଚୁଡି

ମୋ ପଇସା କୁଆଡେ ଗଲା

ବଡ ପାଟି କରି      ଛାଡିଲି ମୁଁ ରଡି

ଏଠିକି କିଏ ଆଣିଲା (1)


ଚାରି ପଟେ ମୋର  ଘେରି ରହିଥିଲେ

ଡାକ୍ତର ଓ ଥାନା ବାଲା

ହଲାଇ ହଲାଇ କହୁଥିଲେ ମୋତେ

ଏଇ ତ ଚେତା ଆସିଲା (2)


କୋଉଠୁ ଆସିଲ     କିଆଁ ପଡିଥିଲ

କାହା ସଙ୍ଗେ କଲ କଳି

ରାସ୍ତା କଡେ ତୁମେ   ପଡିଥିଲ ଦେଖି

ଖବର ଦେଲେ ବିକାଳି (3)


ସୁରଟରୁ ପରା        ଆସୁଥିଲି ଧାଇଁ

କପଡା ପଇସା ଧରି

ବୋଉ ଡାକିଥିଲା     ରାଣ ଦେଇ କରି

ରଜକୁ ଆସିବୁ ଫେରି (4)


ବାଟରେ କାହାଠୁ      କିଛି ଖାଇଲକି

ଖାଇଲ କି ଭାଇ ଧୋକା

ଲୁଟିଆ ଜାଲରେ      ଫସିତ ଯାଇନ

ମନେ ପକା ମନେ ପକା (5)


ସାଙ୍ଗରେ ବସିଲେ    ହସି କଥା ହେଲେ

ସାନ ଭଉଣୀ ସମାନ

ପୋଡ ପିଠା ଖଣ୍ଡେ   ହସି ବଢାଇଲେ

ଆଉ ଖଣ୍ଡେ ଖିଲି ପାନ (6)


ଆଜି ପରା ରଜ       ଓଡିଆଙ୍କ ପର୍ବ

ସବୁଠାରୁ ଶୁଭ ଦିନ

ନିଜର ଭାବିକି        ମନା କରିବନି

ରଖିବ ଭଉଣୀ ମାନ (7)


ଖାଇକରି ପାନ       ସପନେ ବୁଲିଲି

ଆଖିକୁ ଆସିଲା ନିଦ

ବଞ୍ଚିଗଲ ଭାଇ        ପୁଲିସି କହିଲେ

ଡାକ୍ତରଙ୍କୁ ଧନ୍ୟବାଦ (8)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Crime