STORYMIRROR

Prabhanjana Tripathy

Tragedy Crime

4  

Prabhanjana Tripathy

Tragedy Crime

ପିଶାଚ

ପିଶାଚ

1 min
275


ଜା....ଜା

ଜା ଜା କହନା ତୁ

ବାଳୁତ ବୋଲି 

ହୃଦୟରେ ଦରଦ ନ ଥାଇ

ନୀଳଗିରି ବନ ଭିତରେ

ଚାରିଟା ସାଙ୍ଗକୁ ସାଥିରେ ନେଇ

ମୁଁ ଟିଉସନ ଗଲା ବେଳେ

ଘୋଷଡି ଘୋଷଡି ନେଇ

ଚୁଟି ଧରି ଧମକ ଦେଇ 

ଠାରୁଥିଲି ମୁଁ ନାଇଁ ନାଇଁ ନାଇଁ

ହେଲେ କଣ କେଜାଣି

ତୋ ସାଙ୍ଗମାନେ 

ମୋର ଦୁଇ ଗୋଡ଼କୁ ଫେସାରି ଧରି

ମୋ ପାଟିରେ ମୋର 

ସ୍କୁଲ ବେଗରେ ଥିବା ସ୍ଲେଟ ପୋଛା କପଡାକୁ ମାଡି

ରାତ୍ରିର ଅନ୍ଧାରରେ 

ମୋର ଚିତ୍କାର କେବଳ ଉଁ ଉଁ ର

ନୀଳଗିରି ବନରେ 

ହାତ ଦିଟାରେ ମୋର 

ତୋ ସାଥୀଙ୍କ କସିକି ଧରିବା ଚିହ୍ନ

ଏବେବି ଲିଭିନି

ଜଣ ପରେ ଜଣେ ମୋର

ଯୌନାଙ୍ଗକୁ ଖେଳୁ ଖେଳୁ

ରକ୍ତରେ ଜୁଡୁ ବୁଡୁ ଗାଉନଟି ମୋହର

ନିସ୍ତେଜ ଯେବେ ମୁଁ ହେଲି

ଫିଙ୍ଗି ଦେଲ 

ନିଘଞ୍ଚ ଗହନ ଭିତରେ

ଜାଡ ମାର୍ଗଶୀରର ଶୀତୁଆ ରାତିରେ

ଶରୀର କଷ୍ଟରେ ଅନ୍ତୁ ଝରୁଥିଲା କୋହ

ଟକ୍ ଟକ୍ ବିନ୍ଧୁଥିଲା

ରକ୍ତ ବୋହି ଯାଉଥିଲା ଧାର ଧାର ହୋଇ

କାଳେ ପୁଣି 

କହିଦେବ କାକୁ

ପଥରେ ଛେଚି ମାରିବା ପ୍ରୟାସ

ଯଦି ମୁଁ ଘୁଞ୍ଚି କି ଆଉ 

ସାହସ ସମ୍ଭାଳି

ଚାଲି ଯାଇ ନ ପାରନ୍ତି

ସଖାଳ ସୁରୁଜ ଆଉ

ନ ପଡ଼ନ୍ତା ମୋ ଆଖିକୁ ଦେଖା

ହେଲେ କଣ ହେବ

ପିଶାଚ ରୂପରେ ତୁମେ

ନାରୀ ମାଂସ ଲୋଭି

ତୁମର ତ ସବୁ ଲୀଳା ଖେଳା

ସାହସ କରିକି ଆଉ 

ତୁମ ମାନଙ୍କୁ କିଏ ଦଣ୍ଡ ଦେବ

କିଏ ଦଣ୍ଡ ଦେବ...........????



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy