STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ନାମ

ନାମ

1 min
2.9K

ହେ ଅନନ୍ତ ନାଥ ଅନାଦି ଅନନ୍ତ

ଅଲେଖ ଦୀନ ବାନ୍ଧବ

ତଵ କରୁଣାରୁ ପ୍ରାଣୀ ଆତଜାତ

ହେ ଦୀନ ମାନ'ଉଦ୍ଧବ


କାହିଁ କେତେ ଜୁଗୁ,କେତେ ଅବତାର

ତାରଣ ମାରଣ କଥା

ରାମାୟଣ ଠାରୁ,କୁରୁକ୍ଷେତ୍ର ଯାଏଁ

ବିଶ୍ୱ ଭାଗବତ ଗୀତା


କାଳ ଧରି ରୂପ,ଅନନ୍ତ ସ୍ୱରୂପ

ବେଳ ଦେଖି ଅବତାର

ଜୀବନ ସୁରକ୍ଷା ,ଦାଇତ୍ୱର ରକ୍ଷା

ପାପ ,ତାପ,ଅନାଚାର


ପାପି ପାଏ ଦଣ୍ଡ,ଭକ୍ତ ଙ୍କୁ ଭୁ ଖଣ୍ଡ

ଦରିଦ୍ର କୁ ଦେଇ ଧନ

ପାଦ ସ୍ପର୍ଶ ଦେଇ ଜୀବନ ଦିଅନ୍ତି

ଭକ୍ତ ତୁମ ଆତ୍ମା ପ୍ରାଣ


ମୁହିଁ ଯେ ଦରିଦ୍ର ,କେବେ ହେଁ'ନ ଡାକେ

ତୁମ ନାମ ଥରେ ହରି

କେମିତି ପାରିବି ଜପି ତୁମ ନାମ

ହରେ,କୃଷ୍ଣ ନାମ ଧରି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract