STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

ଧର ଅସ୍ତ୍ର

ଧର ଅସ୍ତ୍ର

1 min
185


ଯୁଗ ଗଲାଣି କାହିଁ କେଣେ

କେହି ଯେ ନାହିଁ ଧର୍ମୀ ଜଣେ

ଭୂଖଣ୍ଡ ଗଲାଣି ଭୁଶୁଡି

ପବିତ୍ର ପଦ ନାହିଁ ଯୋଡି ।।


ଅଧର୍ମ ନୀତି ବୋଲି ନାହିଁ

ଧର୍ମକୁ କେହି ନ ଦେଖଇ

ହୁଅଇ ନୀତି ଅତ୍ୟାଚାର

ଆଚାର ନାହିଁ କି ବିଚାର ।।


କଳି କାଳର ଶେଷ ଘଡ଼ି

ଆଣ୍ଟ କହଁଳ ଯିବେ ଝଡି

ତୋଳିବ କହଁଳ ପତର

କରିବ ନାହିଁ ଭାବାଚାର ।।


ନାରୀଙ୍କୁ ଦେବେ ହୀନ ମାନ୍ୟ

ଧରା କୁ ସୋରା ମଧ୍ୟେ ଗଣ୍ୟ

ଜାତିକୁ ନ ମାନିବେ କେହି

ଧର୍ମ ଅଧର୍ମ ଭାବ ନାହିଁ ।।


ଜଗତ କାଳର ଯେ ବସ

ସର୍ବେ ହୋଇବେ ସର୍ବନାଶ

ମିତ୍ର ନ ଜାଣିବ ବାନ୍ଧବ

ଚିତ୍ତେ କା ନହିଁବ ଉଦ୍ଧବ ।।


ସର୍ବେ ହୋଇବେ ଏକାକାର

ନ ଥିବ ରଙ୍ଗ ର ବିଚାର

ପୁରୁଷେ ହାରିବେ ପୌରୁଷ

ନାରୀ ହୋଇବେ ନର ବେଶ ।।


ପର୍ବ ପର୍ବାଣୀ ନ ମାନିବେ

ବିଦେଶୀ ପର୍ବ ରେ ମାତିବେ

ବିଦେଶୀ ଭାଷା ହେବ ଗଣ୍ୟ

ନିଜ ଭାଷାକୁ ହୀନ ମାନ୍ୟ ।।


ବିଦେଶୀ ତାକତ ର ତଳେ

ଶତ୍ରୁ ପଶିବେ କଉଶଳେ

ସର୍ବେ ହୋଇବେ ହା ହା କାର

ଲୁଣ୍ଠିବେ ପାପୀ ଦୁରାଚାର ।।


ଧର୍ମ କୁ କଚାଡ଼ିବେ ତଳେ

ମାତିବେ ମଦ ମାଂସ ବଳେ

ଘର ଇଜ୍ଜତ ନେବେ ଲୁଟି

ଅସହ୍ୟ ହେବ ହିନ୍ଦୁ ମାଟି ।।


ସର୍ବେ ହୁଅରେ ଏକାକାର

ଡାକୁଛି ମାଟି ମା ଏଥର

ଧରରେ ଅସ୍ତ୍ର କର ରଣ

ବିଳମ୍ବେ ନାହିଁ ପ୍ରୟଜନ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍