ମୁଖାଗ୍ନି
ମୁଖାଗ୍ନି


ସ୍ବପ୍ନ ସବୁ ଝାଉଁଳି ଗଲାଣି
କିଛି ମିଛରେ ଆଉ ସତାମିଶା ଅଭିଶାପରେ
ମୁକ୍ତ ମୁକ୍ତ ଜୀବନର ଘଡି
କିଛି ସ୍ୱର୍ଗଛୁଆଁ ପ୍ରୟାସ ରେ ଆଉ କିଛି
ମତ୍ତ୍ୟର ଚାରିହାତ ଚାଖୁଣ୍ଡେ ମାଟିରେ ।
ଖୋଇ କଉଡ଼ି ବିଂଛି ହୋଇ
ରାସ୍ତା ଉପରେ
କିଛି ହରିନାମ ସଂକୀର୍ତ୍ତନରେ
କିଛି ଉମ୍ଭେଇ ନିଆଁର ଧୂଆଁରେ ।
ବାନ୍ଧବ ମାନଙ୍କ କାନ୍ଧ ଉପରେ
ଗୋଟାଏ ଗୋଟାଏ ପାଦ ଗଣତି
ମିଳେଇ ଯାଏ
କିଛି ସ୍ମଶାନର କାଠ ଭାଡ଼ି ଉପରେ
ଆଉକିଛି ମୁଖାଗ୍ନି ପାଇଗଲାପରେ ।