STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ଅଜା

ଅଜା

1 min
3.6K

ବୟସ ହେଲାଣି ୭୦ ଟୋପି

ହେଲେବି ଦେଖୁଛି ଟୋକି

ମୁଣ୍ଡ ବାଳ ଦିଶେ ଧବ ଫର ଫର

ଛକରେ ବସୁଛି ଗପି


ପୁଅ ବାହା ହୋଇ ବହୁ ଆସିଲାଣି

ଝୁଅକୁ, ପୁଅଟି/ଝିଅଟି 

ନାତି/ନାତୁଣୀ ସ୍କୁଲକୁ ଗଲେଣି

ବୁଢା ଲେଖେ ପ୍ରେମ ଚିଇଠି


ଆମିଷ ନହିଲେ ପାଟି ମେଲା ନାହିଁ

ହାଟରୁ ଶୁଖୁଆ ବରାଦ

ବାଙ୍କୁଲି ସାହାରା ହେଲେବି ନଖରା

ମଝି ଦାଣ୍ଡେ ଆଣେ ପ୍ରମାଦ


ଠିକ୍ ଚାରିଟାରେ ସ୍କୁଲ ଛାଡିଲେ

ପାନ ଖିଲେ ଜାକି ପାଟିରେ

ନବମ ଶ୍ରେଣୀର ଟୋକିଙ୍କୁ ନଜର

ବାଙ୍କୁଲି କୁ ଗାରି ମାଟିରେ


ଅଜା ଅଜା କହି ଚିଲେଇ ହୁଅନ୍ତି

ଅଜାଙ୍କର ଦେଖି ଠାଣିକୁ

ଗାଁ ର ଯେତେକ ଅଭିଆଡି ଝୁଅ

ନଳକୁପେ ଯାଇ ପାଣିକୁ


ଧବ ଫର ଫର ଧୋତି ଟି ଅଜାର

ମୁଣ୍ଡରେ ପାଗିଡି ବନ୍ଧାକୁ

ନିଇତି ଢ଼ାଙ୍କନ୍ତି ନୂଆ ତାବାଲ ରେ

ଅଧାଚାନ୍ଦ/ମୁଣ୍ଡ ଚନ୍ଦାକୁ


ଦାନ୍ତ ଝଡି ନାହିଁ ଅଜାଙ୍କର ସିନା

ଦୁଇ ଦାନ୍ତ ହସ ସୁନ୍ଦର

ଛନ୍ଦ କଟାକ୍ଷରେ ପେଟ ପୁରିଯାଏ

ଗାଁ ପ୍ରାନ୍ତ ଶିବ ମନ୍ଦିର


ଏ ସବୁ ଆଉ ଏଯୁଗରେ କାହିଁ

ନାହିଁ ଆଉ ପୂର୍ବ ଭଳିଆ

ଗଙ୍ଗା ବି ଏବେ ଅପବିତ୍ର ଲାଗେ

ଆମ ଗାଁ ବନ୍ଧ ଗୋଳିଆ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract