STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ତୁମେ ୨

ତୁମେ ୨

1 min
2.8K

ତୁମେ ଶବ୍ଦର ଭିତର ଗୁମର

ତୁମେ ଧକ୍ ଧକ୍ ସ୍ପନ୍ଦନ ହୃଦର

ତୁମେ ଧମନୀ/ରକ୍ତର ସଞ୍ଚାର

ତୁମେ ଅକୁହା ଭାବ ପ୍ରିତୀର


ତୁମେ ମୋ କବିତାର ଛନ୍ଦ

ତୁମେ ମୋ କବିତାର ଦ୍ଵନ୍ଦ

ତୁମେ ମୋ କବିତାର ଭାବ

ତୁମେ ମୋ ଜୀବନ୍ତ ସ୍ଵଭାଵ


ତୁମେ ମୋ ଆଖିର ଚିତ୍ରଣ

ତୁମେ ମୋ ଅଭୁଲା ଯୌବନ

ତୁମେ ମୋ ଫଗୁଣର ରାସ

ତୁମେ ମୋ ଉଦ୍ବେଗ ଆଭାଷ


ତୁମେ ମୋ ଆକାଶର ତାରା

ତୁମେ ମୋ ସୌର ଗ୍ରହ ଶାରା

ତୁମେ ମୋ ଦିବସ / ରଜନୀ

ତୁମେ ମୋ ଆତ୍ମୀୟ ସଯନି


ତୁମେ ମୋ କଲମରେ ମୁନ

ତୁମେ ଯେ~ତା କାଳି ସମାନ

ତୁମେ ତ ତା ବ୍ୟଞ୍ଜନ ବର୍ଣ୍ଣ

ତୁମେ ହିଁ ତାରି ସ୍ୱର ମାନ


ତୁମେ ମୋ ଅଭୁଲା ଅତୀତ

ତୁମ ବିନା କେ ନାହିଁ ମୀତ

ତୁମେ ମୋ ଅପାସରା ପ୍ରେମ

ତୁମେ ମୋ ଜୀବନ ସମାନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract