ଶଗଡ଼ିଆ
ଶଗଡ଼ିଆ

1 min

244
ଯୁଗ ଯୁଗ ଯାଇଁ ଜୀବନ ଚକ୍ରରେ
ଗଡୁ ଗାଡି ଘଡ଼ ଘଡ଼
ସମୂର୍ଣ୍ଣ ହେଉ ଜୀବନ ଚରିତ୍ର
ଜୀବନ୍ତ ଥାଉ ଶଗଡ଼ ।।
ସୁଖ /ଦୁଃଖ ଯୋଡି ବଳଦ ଟାଣନ୍ତୁ
ଯୁଆଡିରେ ହୋଇ ଛନ୍ଦି
ସମ୍ଭାବନାରେ ଆଗେଇ ଯାଆନ୍ତୁ
ସମତୁଲ ଭାବେ ବାନ୍ଧି ।।
ଚକର କାମୀ ବଜ୍ର ଥାଉ
ଚକରୁ ନ ହେଉ ଛଡା
ଇର୍ଶୁ ମାଣ୍ ଓ ପାଖି ପଟା ସବୁ
ଶୀଶା କାଠେ ହେଉ ଗଢ଼ା ।।
ଅର୍ ତି ତି ର ନିର୍ଦେଶନା ମଧ୍ୟେ
ଚାଲୁ ଅଙ୍କା ବଙ୍କା ବାଟ
ବୋଝିଲା ହେଲେ ବି ଉଶ୍ୱାସ ହେଉ
ଜୀବନ ସଂସାର ମୋଟ ।।
ଗନ୍ତବ୍ୟ ପଥ ନ ସରିଲା ଯାଏଁ
ଶନ୍ ରେ ତେଲ ଟି ଥାଉ
କିଲନି ଠେସି ମଜବୁତ୍ କରି
ଶଗଡ଼ିଆ ଗୀତ ଗାଉ ।।
🌹🌹ହରି🌹🌹