STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ଦିନ ଧାର୍ଯ୍ୟ

ଦିନ ଧାର୍ଯ୍ୟ

1 min
126

ହଁ ବଞ୍ଚିବି 

ଥାଉ କିଛି କୋହ

ଟିକିଏ କଷ୍ଟ

ଟିକିଏ ଦରଦ

ଆଉ ଟିକିଏ

ମିଠା ମିଠା ଲୁହ


ଅଧା ହସ

ଖଣ୍ଡିଆ ଆନନ୍ଦ

ଛଳ ଛଳ ଆଖି

ମଧୁର ବିଷାଦ ଭରା

ଛାଉଁ ଛାଉଁ ନିଦ ଘେରା

ଘୁଙ୍ଗୁଡ଼ିଆ ନିଦରେ ସପନ


ଅକୁହା ବେଦନା

ଆନ୍ତରିକ ଭରା ଏକ

ଅକଳ୍ପ ଯନ୍ତ୍ରଣା

ଅନ୍ତେ ଖଣ୍ଡି ରଖି/

ଆନ୍ତରିକତାରେ ଯଦି

ଅଳ୍ପ କାନ/କୁହା ଥିରି ଥିରି


କିଛି ଖେଳ ନହୁ

କାମ-କୁଞ୍ଜ ଅମିଳନ ରହୁ

ଅଙ୍ଗେନହୁ/ ଆଙ୍ଗିକ ସ୍ପର୍ଶ

ଖଣ୍ଡିଆରେ ଭାବର-ବିମର୍ଶ

ଯାଉ ପଛେ /ଅନ୍ଧାର ଛାଡି

ବଞ୍ଚିବାକୁ ମିଳୁ ଚାରି/ଘଡି


ନାହିଁ ତୃଷା ଆଉ

ନିର୍ଯଳେ ଯେତେ ଦିନ ଯାଉ

ଆଉ ନାହିଁ ବେଳ

ଦିନ ଧାର୍ଯ୍ୟ କରିବଣି କାଳ

ଜେତିକିରେ ଅଛି

ଠିକ୍/ଅଛି ନିଶ୍ୱାସ/ପ୍ରଶ୍ୱାସ

କାମନାର ଭାବନା ବି/ରସ

ବଞ୍ଚିଯିବି ଆଉ କିଛି ବେଳ

ଦିନ ଧାର୍ଯ୍ୟ କରିବଣି କାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract