STORYMIRROR

Prabhanjana Tripathy

Others

3  

Prabhanjana Tripathy

Others

କବିତା

କବିତା

1 min
286

 

ସମୟ

ଦିଏ ନୂଆ ବୀଜ

ସମୟର ସାପେକ୍ଷାରେ

ସିଞ୍ଚିଦିଏ ପାଣି ତାକୁ

ବୀଜ ଅଙ୍କୁରି ଉଠେ 

ହୁଏ ଦୁଇ ଶାଖା .....!!


ପୁଣି ସମୟର ତାଳେ

ଧୀରେ ଅଙ୍କୁରି ଉଠେ ପତ୍ର

ବଢେ ଧିରେ ଧିରେ

ହୁଏ ବିଶାଳ କାୟ 

ବିଚିତ୍ର ଏ ଲୀଳା....!!


ଝରେ ଏକ ପତ୍ର 

ପୁଣି ଏକ ଶାଖା

ପୁଣି ଦିଏ ଏକ ନୂଆ ପତ୍ର /ଡାଳ

ସମୟ ତାକୁ ତା ଗତିରେ

ନିଅଇ ବଢ଼ାଇ

ଏମିତି କ୍ଷିପ୍ର ଗତିରେ

ଏହି ତ ବିଚିତ୍ର ତା.....!!


ଗ୍ରୀଷ୍ମ ର ପହିଲି ପବନେ

ଅଙ୍କୁର ର ବପନ ଜୀବନି

ବର୍ଷ ବର୍ଷ ବିତିଯାଏ

ଋତୁ ପରେ ଋତୁ

ଜୀବନର ନୂତନ ସଞ୍ଚାର

ସୃଷ୍ଟି ହୁଏ ନୂତନ ଦୃଷ୍ଟାନ୍ତ

ନୂଆ କରି ଜୀବ ବନାନୀ ଉପାନ୍ତ....!!


ହେ ସମୟ ଟିକିଏ ରହିଯା

ମୁଁ ମୋ ଆଖିରେ

ଧରିବାକୁ ଚାହେଁ

ହୃଦୟରେ ଗୋଟାଏ ବର୍ଷର

ଅନୁଭୂତି କୁ 

ଦେଖିବାକୁ ଚାହେଁ

ଅନନ୍ତ ଅକାଶ କୁ ଭେଦ କରିଥିବା

ଅଙ୍କୁର/ରୁ ବିଶାଳ ବୃକ୍ଷର

ସଂଖ୍ୟା ବାର ଶାଖା ର ଜୀବନ

ଆଉ ବସନ୍ତରେ ଝଡି ପଡୁଥିବା

ସୁଖା ପତ୍ରର ଗାଲିଚା.....!!!



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍