STORYMIRROR

Prabhanjana Tripathy

Abstract

2  

Prabhanjana Tripathy

Abstract

ପଦ୍ମ ମୁଖି

ପଦ୍ମ ମୁଖି

1 min
2.9K

ସ୍ୱପ୍ନ ରାଇଜର ପରୀଟିଏ ତୁହି

ଅପୂର୍ବ ସୌନ୍ଦର୍ଯ୍ୟ ଶୋଭା ଲୋ


କାମନା ବସନା ଅଙ୍ଗେ ରସାଲଳା

କାମ ପ୍ରାଣ ମନ ଲୋଭା ଲୋ


କେଶରୀ କଟୀ, ହୃଦୟ ଦେଉ ତୁ କାଟି

ଅବଳା ଦୁର୍ବଳା, କାମ ରସ ବୋଳା

ବାସ ମଧୁ ରାସ କଳା ଲୋ


ତ୍ରିପୁର ମୋହିନୀ,ନିଦ୍ରା ବିଧ୍ୱଙ୍ଗଶିନୀ

କେଳାକେଳି ଶମ୍ପା ବୋଳି ଲୋ


ଲଲାଟ ପଟନ ଚନ୍ଦ୍ରମା ଦର୍ପଣ

କନ୍ଦର୍ପ ରଥ ଓଗାଳି ଲୋ


ଅଙ୍ଗରାଗ ଲେପା,ହରିତାଳି ଆଳି

କନକାଚଳ ଉରଜ ଲୋ


ବାସ ବିଲେପିନି,କୋକିଳ ଭାସିନି

ସ୍ୱୟଂଭୁ ବିଲକ୍ଷେ ଲାଜ ଲୋ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract