STORYMIRROR

Ajit Kumar Raut

Abstract

3  

Ajit Kumar Raut

Abstract

ଦିଅ ଆଶିର୍ବାଦ ମା

ଦିଅ ଆଶିର୍ବାଦ ମା

1 min
228


ଆଶିର୍ବାଦ ଦିଅ ତଳ ହସ୍ତ କରି

      ନରହୁ ଟି ଦୁଃଖ ଦେଶେ କାହାରି।


ପୂଜନ୍ତି ଜନତା ଚରଣ ତହର

        ଗୃହସ୍ତାଶ୍ରମକୁ ଆନନ୍ଦଟି କର।


ପୁରୁ ବୈଭବରେ ଆଦର ଟି ମିଳୁ

     ଗୌରବ ସମ୍ମାନ ରାଷ୍ଟ୍ରକୁରେ ମିଳୁ।


ଆତ୍ମନିର୍ଭର ଟି ଜନତାଙ୍କୁ ମିଳୁ

      କର୍ମ କର୍ତ୍ତବ୍ୟର ଜ୍ଞାନ ପ୍ରେମ ମିଳୁ।


ତେବେ ହିଁ ଉନ୍ନତି ହୋଇବ ଏ ଦେଶ

      ସମସ୍ତ ଗୌରବ ପାଇବ ଏ ଦେଶ।


ଅହିଂସାର ମନ୍ତ୍ର ବିଶ୍ବରେ ଗୁଞ୍ଜିବ

      ସଂସ୍କୃତି ଓ ସଂସ୍କାର ବିଶ୍ବ ଜାଣିବ।


ତବ ଆଶିର୍ବାଦୁ ସମ୍ଭବ ହୋଇବ

       ସନାତନୀ ଶକ୍ତିର ଶକ୍ତି ଗୁଞ୍ଜିବ। 


ଶକ୍ତି ଜନତା ଙ୍କୁ ଦିଅ ନବଦୁର୍ଗା

      ରାଷ୍ଟ୍ର ମନ ଇଚ୍ଛା ପୂର୍ଣ୍ଣ କର ଦୁର୍ଗା। 


ଶକ୍ତିରୂପା ତୁମେ କରୁଣା କରିବ

       ଇଚ୍ଛା ଭକ୍ତଙ୍କର ପୂରଣ କରିବ।


ଜନତା କଲ୍ୟାଣେ ଆସିଛ ଟି ମର୍ତ୍ତ୍ୟେ

      ନରହୁଟି କଷ୍ଟ କାହାରି ହିଁ ମର୍ତ୍ତ୍ୟେ।


ଜ୍ଞାନ ପଥ ରହୁ ରାଷ୍ଟ୍ରର ନିର୍ମାଣେ

       ଧର୍ମପଥ ରହୁ ଜନତା କଲ୍ୟାଣେ।


ସତ୍ୟ ତ୍ୟାଗ ରହୁ ଜୀବନ ଯାତ୍ରାରେ

      ଭକ୍ତି ପଥ ରହୁ କର୍ତ୍ତବ୍ୟ ପଥରେ।


ମନ୍ତ୍ର ସମଭଵ ଗୁଞ୍ଜୁ ହୃଦୟରେ

      କର୍ମପଥ ରହୁ ଜନତା ସେବାରେ।


ରହୁ ମାତୃଭାଷା ଶିକ୍ଷାରେ ଆଦର

        କର ପରିପୂର୍ଣ୍ଣ ଇଚ୍ଛା ଜନଙ୍କର।


ହୁଏ ମାତା ତୋର ବିଜୟାଦଶମୀ

       ଆନନ୍ଦ ଉତ୍ସବେ ଗୁଞ୍ଜୁଅଛି ଭୂମି।


ନବଦୁର୍ଗା ପୂଜା କରୁ ଛନ୍ତି ଭକ୍ତ

       ତବ ନବ ରୂପେ ପୂଜନ୍ତିଟି ଭକ୍ତ।


ବାଜୁଛି ମହୁରୀ ମୃଦଙ୍ଗର ତାଳ

      ନାଚୁ ଛନ୍ତି ଭକ୍ତ ହୋଇଣ ବାତୁଳ।


ଧୁପ ଦୀପ ତହିଁ ଅର୍ପଣ କରନ୍ତି

      ନୈବେଦ୍ୟ ଭକ୍ତିର ଶକ୍ତିଙ୍କୁ ଦିଅନ୍ତି।


ଦୁର୍ନୀତି ନାଶିନୀ ରାବ୍ ଶକ୍ତିରୂପା 

        ଗୁଞ୍ଜୁଅଛି ତହିଁ ଭକ୍ତିର ପ୍ରକମ୍ପା।


ହାତ ଯୋଡି ଭକ୍ତ ରହିଛନ୍ତି ଚାହିଁ,

       ଶକ୍ତିଙ୍କର ବିଜୟା ଦଶମୀ ଯହିଁ।


ମନବାଞ୍ଚା ପୂର୍ଣ୍ଣ କର ଜଗମାୟା 

       ହେଉ ବିଶ୍ବ ଗୁରୁ ଭାରତର କାୟା।


ପବିତ୍ର ଭାରତ କୃଷ୍ଣ ରାମ ଭୂମି

      ଅଟେ ପରା ଏହୁ ସର୍ବୋତ୍ତମ ଭୂମି।


ଆରାଧ୍ୟ ଗୃହର ଜୀବନ ଯାତ୍ରାର

      କୋଟି ପ୍ରଣିପାତ କରେ ମୁଁ ମାତାର।


ଅଜ୍ଞାନୀ ସନ୍ତାନେ ଦିଅ ଜ୍ଞାନ ବୁଦ୍ଧି

       ଦିଅ କର୍ମ ଜ୍ଞାନ ହେଉ ସଦ ବୁଦ୍ଧି।


ଏହି କବିତାକୁ ଅର୍ପଣ କରୁଛି ଶକ୍ତିରୂପା ଚରଣେ।


   




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract