STORYMIRROR

Niranjan Mishra

Abstract

3  

Niranjan Mishra

Abstract

ଶୈଳପୁତ୍ରୀ

ଶୈଳପୁତ୍ରୀ

1 min
160


ଆଦିଶକ୍ତି ମାତା ଜଗତ ଜନନୀ

ହିମାଳୟଙ୍କ ଦୁହିତୀ

ଘୋର ତପେ ଭର୍ତ୍ତା ଶିବଙ୍କୁ ଲଭିଲେ

ନାମ ତାଙ୍କ ଶୈଳପୁତ୍ରୀ ।୧।

ପୂର୍ବ ଜନମରେ ସତୀ ନାମ ବହି

ଦକ୍ଷ ପ୍ରଜାପତି ଘରେ

ଜନମି ଥିଲେ ମା ପିତା ଅପମାନେ

ଦଗ୍ଧ ହେଲେ ଯୋଗାଗ୍ନିରେ। ୨।

ଦକ୍ଷ ଯଜ୍ଞ କାଳେ ଶିବଙ୍କୁ ଅବଜ୍ଞା

କରି ତାଙ୍କୁ ନଡାକିଲେ

ସ୍ନେହବଶେ ସତୀ ପିତା ଯଜ୍ଞ ଦେଖି

ଯିବାକୁ ଅଡି ବସିଲେ ।୩।

ଶିବଙ୍କ ବାରଣ ନମାନି ପିତାଙ୍କ

ଯଜ୍ଞଶାଳାରେ ମିଳିଲେ

ଅପମାନ ପାଇ ପିତାଙ୍କ ପାଖରୁ

ନିଜ ଜୀବନ ତେଜିଲେ ।୪।

ପର ଜନମରେ ଶୈଳପୁତ୍ରୀ ନାମେ

ବିଦିତା ହୋଇଲେ ମାତା

ଗିରିରାଜ ହିମାଳୟଙ୍କ ନନ୍ଦିନୀ

ତପରେ ଲଭିଲେ ଭର୍ତ୍ତା ।୫।

ବୃଷଭ ବାହିନୀ ଶିରେ ଅର୍ଦ୍ଧଚନ୍ଦ୍ର

ଦକ୍ଷିଣ କରେ ତ୍ରିଶୂଳ

ବାମ ହସ୍ତେ ତାଙ୍କ ଶୋଭା ପାଉଥାଏ

ପ୍ରସ୍ଫୁଟିତ ପଦ୍ମ ଫୁଲ ।୬।

ଆଦି ଦୁର୍ଗା ମାତା ସହାସ୍ୟ ବଦନା

ଅନନ୍ତ ଶକ୍ତି ଆଧାର

ସାଧକ ସାଧନ କରି ମାତାଙ୍କର

ମନ ରଖେ ମୂଳାଧାର ।୭।

ହୈମବତୀ ଆଉ ପାର୍ବତୀ ଏ ନାମ

ମାତା ଶୈଳପୁତ୍ରୀଙ୍କର

କରୁଣା କରିବ ମାତା ମୋ ଉପରେ

ଅଧମ ସୁତ ମୁଁ ତୋର ।୮।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract