STORYMIRROR

Nirupama Bhattamishra

Abstract

4  

Nirupama Bhattamishra

Abstract

ଜଳିଛ ବୋଲି

ଜଳିଛ ବୋଲି

1 min
674

ତମେ ଜଳୁଛ ବୋଲି ତ

ଏ ଚଳ ମାନ ଦୁନିଆରେ

ଲାଗେ ସବୁ

ଗତାନୁଗତିକ ଏବଂ ସ୍ୱାଭାବିକ

ତମେ ଧରିତ୍ରୀ

ତମ ଅନ୍ତର୍ଦାହ କିଏ ବା ଦେଖିଛି

ସର୍ବାଂସହା ହୋଇ

କେତେ ଜନ୍ମ ଯେ ଅତିକ୍ରମିଗଲଣି

କେଵେ ପ୍ରତାରଣାର ନିଆଁରେ

କେଵେ ବିରହର ଜୁଇରେ

ପୁଣି କେଵେ ଅପମାନର ନିଆଁ ଝୁଲରେ

ଜଳିଛ ତମେ

ଟିକିଏ ଆଲୁଅ ଦେଖିବ ଆଶାରେ

କେଵେ ଅନ୍ଧାରରେ ଜଳିଛ ତମେ

କେଵେ ଅନନ୍ତ ଭିତରେ

ସ୍ୱତ୍ୱକୁ ସାଉଁଟି ସାଉଁଟି

ନୟାନ୍ତ ହୋଇଛ

କେଵେ କୁସଂସ୍କାରରେ

ଜଳିଛ ସତୀ ହୋଇ

କେଵେ ଘର ଚାରି କାନ୍ଥ

ଭିତରର ଅନ୍ଧାରକୁ ଦୁରେଇବ ବୋଲି

ଜଳାଇଛ ତମ

ତମାମ ଆୟୁଷ ସଳିତାଟିଏ ହୋଇ ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract