STORYMIRROR

Nirupama Bhattamishra

Abstract

4  

Nirupama Bhattamishra

Abstract

ଉଡାଣ

ଉଡାଣ

1 min
349

ମୋହ ଆଉ ମୁହୂର୍ତ୍ତ ମାନେ

କାଳ କାଳ ଧରି ବାନ୍ଧି ରଖିଛନ୍ତି ମତେ

ଜାଣିଛ!

ମୋ ଅସହାୟ ପଣ କୁ ସେମାନେ

ପଣ ବନ୍ଦୀ କରିଛନ୍ତି

ମୁଁ ଘୁରି ବୁଲୁଛି କଳଖଣ୍ଡ ରେ ଦିଗ ହଜା ହୋଇ

ଗୋଟେ ବିଶ୍ୱାସ ମନରେ

କେହି ଜଣେ ନିଶ୍ଚୟ ଆସିବ

ମୁକୁଳେଇନେବାକୁ

ଖାଲି ସେତିକି ନୁହେଁ

ଅନେକ ରହସ୍ୟ ଉନ୍ମୋଚନ ହେବ

ତମେ ଟିକେ ଧର୍ଯ୍ୟ ଧର

ଦିନେ ଉଇଁ ଆସିବେ ସୂର୍ଯ୍ୟ

ସକାଳ ର ହସ ହସ ମୁହଁ ନେଇ

ତମେ ସେମିତି ଲୋଚାକୋଚା

ମୌନ ମଳିନ ହୋଇ ଆସିବନି ଜମା

ଦେଖ ସେଆଡେ଼ କେତେ ଗଛ ଉଠିଲେଣି ଆପଣା ଛାଏ

କିଏ ସେ ମଞ୍ଜି ପୋତିଥିଲା କେଜାଣି

ଚାଲ ଆମେ ଏଥର ଟିକେ ଶାନ୍ତି ରେ ନିଶ୍ୱାସ ନେବା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract