STORYMIRROR

Nirupama Bhattamishra

Others

3  

Nirupama Bhattamishra

Others

ସଂକ୍ରମଣ

ସଂକ୍ରମଣ

1 min
309

ମାଆର କୋଳ ଏବେ ସଂକ୍ରମିତ

ଅଦୃଶ୍ୟ ଶକ୍ତିର ପ୍ରହାର

ଟିକିଏ ନିଃଶ୍ୱାସ ପାଇଁ 

ବିକଳ ଜୀବନ 

ଚୀନ ବାଓଲୋଜିକାଲ ୱେପନ ପ୍ରୟୋଗ କରିଛି 

ତୃତୀୟ ବିଶ୍ୱ ଯୁଦ୍ଧର

ଆହ୍ୱାନ ଦେଇଛି 

ପଡୋଶୀ ଦେଶ

ଓଷ ନାଁରେ ବିଷ ଦେଉଛି

ଗୋଟେ ଆନ୍ତର୍ଜାତୀୟ

ଷଡଯନ୍ତ୍ର ଚାଲିଛି

 ଏବେ ଏବେ ତାଜା ଖବର ଆସିଛି 

ଗଙ୍ଗା ନଦୀରେ ପଚାଶ କି ଶହେ

ଶବ ଭାସୁଛି

ପାଣିରେ ବିଷ

ପବନରେ ବିଷ

ଆଶା ଭରସା ବିଶ୍ୱାସ ରେ ବିଷ

ବିଷର ଜ୍ୱାଳାରେ ଜଳୁଛି ଜଗତ 

ମୃତ୍ୟୁର ତାଣ୍ଡବଲୀଳା

ସାରା ବିଶ୍ୱରେ ହାହାକାର 

କେତେଦିନ ଆତତାୟୀ ଭୂତାଣୁ ଭୟରେ ଗୃହବନ୍ଦୀ ଜୀବନ 

ଏବେ ଆଉ ଭରସା ଦେଇପାରୁନି ମାଆ (ପୃଥିବୀ)ର କୋଳ 

ଅସହାୟ, ଅସୁରକ୍ଷିତ ଅନାଥ ଭଳି

ହନ୍ତସନ୍ତ ଭୂବାସୀ 

ମାଆ ସୁରକ୍ଷିତ ରହୁ

ମାଆ ପୁଣି ଫେରୁ ବରାଭୟ ମୁଦ୍ରାକୁ 

ନିର୍ଭୟ ଆଶ୍ରୟ ସ୍ଥଳୀଟିଏ ହେଉ

ବିଛେଇଦେଇ ତାର ସବୁଜ ପଣତକୁ ||



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍