STORYMIRROR

Nirupama Bhattamishra

Others

4  

Nirupama Bhattamishra

Others

ବର୍ଷା

ବର୍ଷା

1 min
21

ଘୋଟି ଆସେ କଳା ମେଘ 
ଆଦିମ ଇଛା ଟେ ଭଳି 
ମେଘ ମନା ମୁଁ 
ଛଟପଟ ହୁଏ 
ବର୍ଷୀଯିବାର ଅଦମ୍ୟ ଇଚ୍ଛାରେ 
ନିଦାଘ ର ନିର୍ଘାତ ପ୍ରହାରରେ 
ଶୁଷ୍କ ମନ ଉପବନ 
ଅସରା ବର୍ଷା ରେ 
ଭିଜିଯାଏ ଭାବନାରେ 
ତମ ନଥିବା ବେଳରେ 
ତମେ ଆସ ବର୍ଷା ସାଥେ 
ପବନ ରେ ଭରିଦେଇ 
ଚନ୍ଦନ ର ବାସ୍ନା 
ରିମଝିମ ବର୍ଷା ଛୁଁଏ ଯେବେ
ପୃଥିବୀ ଛାତିକୁ
ଓଦା ହୁଏ ସବୁଜ ପଣତ
କଦମ୍ବ ବାସ୍ନା ରେ ମହକେ ଜଗତ
ଅଧୀର ପଣ ରେ
ନାଚେ ମୟୂରୀ
ଗାଇ ସ୍ୱାଗତ ଗୀତିକା
ଜୀବନ ଯାତ୍ରା ରେ 
କେତେ ରଙ୍ଗ, କେତେ ରାଗ
କେତେ ରୂପ ନେଇ ଆସେ ବର୍ଷା
ଭାବନା କୁ 
ବୁହାଇ ଦେଇ କାଗଜ ଡଙ୍ଗାରେ
କିଶୋରୀ ମନ ପରି
ଭିଜୁଥାଏ ରୋମାଞ୍ଚ ରେ 
ନିଶବ୍ଦ ରେ ଗଢି ହେଉଥାଏ
କିଛି ସମ୍ଭାବନା !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍