STORYMIRROR

Nirupama Bhattamishra

Others

4  

Nirupama Bhattamishra

Others

ବର୍ଷା

ବର୍ଷା

1 min
6

ଘୋଟି ଆସେ କଳା ମେଘ 
ଆଦିମ ଇଛା ଟେ ଭଳି 
ମେଘ ମନା ମୁଁ 
ଛଟପଟ ହୁଏ 
ବର୍ଷୀଯିବାର ଅଦମ୍ୟ ଇଚ୍ଛାରେ 
ନିଦାଘ ର ନିର୍ଘାତ ପ୍ରହାରରେ 
ଶୁଷ୍କ ମନ ଉପବନ 
ଅସରା ବର୍ଷା ରେ 
ଭିଜିଯାଏ ଭାବନାରେ 
ତମ ନଥିବା ବେଳରେ 
ତମେ ଆସ ବର୍ଷା ସାଥେ 
ପବନ ରେ ଭରିଦେଇ 
ଚନ୍ଦନ ର ବାସ୍ନା 
ରିମଝିମ ବର୍ଷା ଛୁଁଏ ଯେବେ
ପୃଥିବୀ ଛାତିକୁ
ଓଦା ହୁଏ ସବୁଜ ପଣତ
କଦମ୍ବ ବାସ୍ନା ରେ ମହକେ ଜଗତ
ଅଧୀର ପଣ ରେ
ନାଚେ ମୟୂରୀ
ଗାଇ ସ୍ୱାଗତ ଗୀତିକା
ଜୀବନ ଯାତ୍ରା ରେ 
କେତେ ରଙ୍ଗ, କେତେ ରାଗ
କେତେ ରୂପ ନେଇ ଆସେ ବର୍ଷା
ଭାବନା କୁ 
ବୁହାଇ ଦେଇ କାଗଜ ଡଙ୍ଗାରେ
କିଶୋରୀ ମନ ପରି
ଭିଜୁଥାଏ ରୋମାଞ୍ଚ ରେ 
ନିଶବ୍ଦ ରେ ଗଢି ହେଉଥାଏ
କିଛି ସମ୍ଭାବନା !!


Rate this content
Log in