ଅନାବନା
ଅନାବନା
ସେ ତା ଈଶ୍ୱରତ୍ୱ ବଜାୟ ରଖିବ
ସେଥିପାଇଁ କାଳେ କାଳେ
ମୂଁ ଦହଗଞ୍ଜ
ଜୀବନ ଖୋଜୁ ଖୋଜୁ
ନର୍କରେ ପହଂଚି ଯାଏ
କେତେବେଳେ
ତଥାପି ଶାନ୍ତି ପାଏନା ସେ,
ଶବ୍ଦ ଅସ୍ତ୍ର ରେ କ୍ଷତ ବୀକ୍ଷତ କରେ,
ମୂଁ ବାହାରିପଡ଼େ ଯୋଗିନୀ ର ମନ ନେଇ
ନିରବ ନିରସ୍ତ୍ର ଶାଣିତ
ନିର୍ଘୋଷ ଯାତ୍ରାରେ
ତଥାପି ଅସ୍ତିତ୍ବ ରେ ଦାଗ ଲାଗେ
ମନ ର ଦେହରେ ରେ ଚେଙ୍ଗ ଦିଆଯାଏ
ସହିବାକୁ ହୁଏ
ପ୍ରେମ ପାଇଁ ପ୍ରେମ ମନା
ସେ ଦେହ ଭୋଗ କରେ
ତା ଅହଂକାର ର
ଅର୍ଗଳୀ ଭିତରେ ନିଖୋଜ
ଅତ୍ମୀୟତା ର ବରାଭୟ!