STORYMIRROR

Nirupama Bhattamishra

Others

4.1  

Nirupama Bhattamishra

Others

ବାବା

ବାବା

1 min
338

ବାବାଙ୍କ ପାଇଁ

କବିତା ଲେଖିବା

ମୋ ପାଇଁ ସହଜ ନୁହେଁ

ମୁଁ ଶବ୍ଦ ରେ କି

ସଜେଇପାରିବି ବାବାଙ୍କ ମହନୀୟତା

ସେ ତ ଅମ୍ଳଜାନ ପରି

ମୋର ପ୍ରତି ନିଶ୍ୱାସ ରେ

ଅଦୃଶ ତାଙ୍କ ଅବଦାନ

ଈଶ୍ୱର ଙ୍କୁ ଦେଖିନାହିଁ କେଵେ

ଜାଣିନି ସେ କିପରି

କିନ୍ତୁ ଭାବୁଛି

ଈଶ୍ୱର ଯଦି କେଵେ ଦେଖାଦିଅନ୍ତି

ତେବେ ସେ ନିଶ୍ଚୟ ହୋଇଥିବେ

ମୋ ବାବାଙ୍କ ପରି

ଈଶ୍ୱର ବୋଲି କହିଦେଲା ପରେ

ଆଉ କଣ ବାକିଥାଏ କହିବାକୁ

ତଥାପି କହିବି

ବାବା ମୋର

ଧର୍ଯ୍ୟ ର ପାହାଡ଼

ଆଶ୍ୱାସନା ର ଆକାଶ

ଜୀବନ ଯୁଦ୍ଧର

ଜଣେ ଅଗ୍ରଣୀ ଯୋଦ୍ଧା

ସେ ସ୍ରଷ୍ଟା ମାର୍ଗଦର୍ଶକ

ତାଙ୍କ ସୃଜନ ଶିଳତା ର

ବରଗଛ ଛାଇ ତଳେ

ଆମେ ମାନେ ଖୁବ ସୁରକ୍ଷିତ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍