ଝିଅର ମନ ବୋଲି କିଛି ନଥାଏ
ଝିଅର ମନ ବୋଲି କିଛି ନଥାଏ
କାଲି ସକାଳେ ସୂର୍ଯ୍ୟ ଉଇଁବ
ପକ୍ଷୀଙ୍କର କିଚିରି ମିଚିରି ଶବ୍ଦ ପୁଣି ଶୁଭିବ
ବାପାଙ୍କର ମନ୍ତ୍ର ଧ୍ୱନି
ବୋଉ ର ସକାଳୁଆ ରୋଷେଇ l
ଭାତ ପୁଟି ବାର ବାସ୍ନା ର ଘର କମ୍ପୁଥିବ
ଶାଗ ଭଜା ପୋଟଳ ଜନହୀ ସନ୍ତୁଳା
ସେମିତି ତିଆରି ଚାଲିଥିବ
ହେଲେ ସେମିତି ଗୋଟେ ସକାଳ ରେ l
ମୁଁ ନଥିବି ଘରେ
ବୋଉ ଆଉ ତର ତର ହୋଇ ପରଷିବନି
ଦର ସିଝା ତରକାରୀ
ଭାତ ଆଉ ଡାଲି l
ଟାଇମ ହେଲାଣି ଜଲଦି ଦେ ଖାଇବାକୁ କହି
ନାକରେ କାନ୍ଦିବାକୁ
ଆଉ ନଥିବି ଘରେ
ବିନା ଯୌତୁକ, ସରକାରୀ ଚାକିରୀ l
ବାହାଘର ଠିକ ହେଇଛି
ଚିନ୍ତା ଆଉ କଣ
ସେ କୋଳାହଳ ଭିତରେ
ମୁଁ ଖୁବ ଏକୁଟିଆ ଅନୁଭବ କରୁଥିଲି l
ସମସ୍ତେ ନିଜ ନିଜ ବିଚାର
ଉପସ୍ଥାପନ କଲେ
କେହି ମତେ କିଛି ପଚାରୁନଥିଲେ
ମୁଁ ନିରବୀ ଯାଇଥିଲି l
କହିବାର ସତସହସ ମୋ ଭିତରେ ନଥିଲ
ସତସାହସ ନଥିଲା ବୋଲି
ଆପଣେଇ ନେଲି ଗୋଟେ ଏମିତି ଜୀବନ
ଯୋଉଠି ମୁଁ ଆଦୌ ଖୁସି ନଥିଲି l
ସବୁକିଛି ସ୍ୱାଭାବିକ ଥିଲା
ମୋ ଚାରିପାଖରେ
ମୁଁ କିନ୍ତୁ
ମନ ମାରି ମାରି ବଞ୍ଚିବା ଶିଖିଗଲି l