STORYMIRROR

Nirupama Bhattamishra

Others

3  

Nirupama Bhattamishra

Others

ଦୃଶ୍ୟାନ୍ତର

ଦୃଶ୍ୟାନ୍ତର

1 min
247

ବୋହିଯାଉଛି ଲୁହ

କୋହ ସବୁ କାକର ବିନ୍ଦୁ ହୋଇ

ଅଟକି ରହିଛି ପତ୍ରରେ

ସକାଳ ଧୀରେ ଧୀରେ

ଗାଢ ହେଉଛି

ଗୋଟେ ରାତି ପାହିବାର

ସଂକେତ ମିଳିଛି

ତମେ ଫେରୁଛ  

ତମ ମୁହଁ ସାରା 

 ଝାପ୍ସା ଅନ୍ଧାର

ପବିତ୍ର ମନ୍ତ୍ର ଧ୍ଵନି ପରି

କିଛି ଗୋଟେ

ମତେ କୋଳେଇ ନେଇଛି 

ଗୋଟେ ପରିଧି ଭିତରେ ସବୁ ଦିଶୁଛି ପୁଣି

ଦୃଶ୍ୟାନ୍ତର 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍