STORYMIRROR

Nirupama Bhattamishra

Action

3.3  

Nirupama Bhattamishra

Action

ଅନ୍ତଃସ୍ୱର

ଅନ୍ତଃସ୍ୱର

1 min
507

ପ୍ରଚଣ୍ଡ ପରାକ୍ରମ ରେ

ଭାଙ୍ଗିଦେଇ ପଞ୍ଜୁରୀ 

ଆତ୍ମବିଶ୍ୱାସ ର ଉଡାଣ ଭରିବି 

ପାରିବତ ଅଟକାଇ ଦେଖ 

ମୋ ଆହତ ଡେଣା ରୁ

ଫିନିକ୍ସ ଭଳି 

କଅଁଳି ଆସିବେ ପର

ଯେତେଥର ଭାଙ୍ଗିବ

ପୁଣି ଗଢି ହୋଇଯିବି

ଲେଲିହାନ ଶିଖାରେ

ବ୍ୟାପିଯିବି ମାଟିରୁ ଆକାଶ 

ଅବଶିଷ୍ଟ ପାଉଁଶ ଭିତରୁ

ଓଟାରି ଆଣିବି ଜୀବନ 

ମତେ କହିବାକୁ ଦିଅ

ଚୂପ କରାଅନା 

ପ୍ରଖର ସ୍ରୋତ ବୁହାଇ ପାରିବନି 

କୋଣସି ତରଙ୍ଗ

ଦୋହଲାଇ ପାରିବନି 

କୋଉ ଝଡର ଝଙ୍କାର

ବିଲୁପ୍ତ କରିପାରିବନି ମୋ ଚିତକାର

ମୁଁ ଉଠିବି ରଣ ହୁଙ୍କାର ଦେଇ

ପ୍ରଳୟ କୁ ଦୋହଲାଇ 

ନିଜ ଗୋଡ଼କୁ ପୋତିଦେଇ ମାଟିରେ

ସେମିତି ଠିଆ ହେବି

ଐସୂର୍ଯ୍ୟ ମୟୀ ସାମ୍ରାଜ୍ଞୀ ହୋଇ | 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action