STORYMIRROR

Naliniprava Subudhi

Action

4  

Naliniprava Subudhi

Action

ସୁହାଗିନୀ********

ସୁହାଗିନୀ********

1 min
331


ଅଚିହ୍ନା ଅଜଣା ଷୋଡଶି ଲଳନା

ସାଜିଲ ମନ ମୟୁରୀ।

ତୁମରି ପରଶ ମଧୁଝରା ହସ

ହୃଦୟ କୁ,କଲ ଚୋରି।


ଶଙ୍ଖା,ସିନ୍ଦୂରକୁ‌ ଦେଲି ମୁଁ, ତୁମକୁ

ହେଲ ପତି ସୁହାଗିନୀ ।

ସୁନାର ସଂସାର ହସିଲା ଆମର

ସୁଖ ସୂର୍ଯ୍ୟ ଉଇଁଲାଣୀ ।


ଝାଟିମାଟି ଘର ଦିଶଇ ସୁନ୍ଦର

ତୁମରି ପରଶ ପାଇ ।

ଜଗା ବଳିଆକୁ କୋଳେ ସମର୍ପିଲ

ତା, ସାଥିରେ ଚାନ୍ଦମୁହିଁ।


ବିପଦେ ଆପଦେ ଗୃହମନ୍ତ୍ରୀ ପଦେ

ସହଯାତ୍ରୀ ମୋର ହେଲ ।

ସବୁ ଦୁଃଖ ସହି ଜୀବନ ବିତାଇ

ଘରକୁ ସ୍ଵର୍ଗ କରିଲ ।


କଥା ଦିଅ ମତେ ଏକା କରି ସତେ

ଯିବନାହିଁ କେବେ ଚାଲି ।

ସାଙ୍ଗ ହୋଇ ଆମେ ଯିବା ମୁର୍ତ୍ତୁଧାମେ

ଜୀବନ ଟା ଚୋରା ବାଲି ।


ଅଳିକ ଜୀବନ ବଡ଼ ହିନିମାନ

ଜଣକ ବିନା ଆରେକ ।

ଲଭିବ କଷଣ ବାର୍ଦ୍ଧକ୍ୟ ଜୀବନ

ବିହି ବଡ଼ ଅଵିଵେକ ।


ଜୀବନ ସଙ୍ଗିନୀ ପତି ସୁହାଗିନୀ

ପ୍ରେମମୟୀ ମନ୍ଦାକିନୀ।

ତୁମରି ପରଶ ଲାଗିବ ଉଶ୍ୱାସ

ହୁଅ ଅହ୍ୟ ସୁଲୟଣୀ।



Rate this content
Log in

Similar oriya poem from Action