Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Naliniprava Subudhi

Others

4  

Naliniprava Subudhi

Others

ଶରତର ଆଗମନ

ଶରତର ଆଗମନ

1 min
291



ଚାରୁସୁହାସିନୀ ସୁନ୍ଦର ଅବନୀ

ପରେ କରୁ ଆଗମନ । 

ପ୍ରକୃତି ରାଣୀର ସୁକୁମାରୀ କନ୍ଯା

ଶରତ ନାମେ ଗଣନା । 


ସାଥେ ନେଇଆସୁ ଅପରୂପ ଶୋଭା

ନିର୍ମଳ ସୁନ୍ଦର ଧରା   । 

ସୁଖରେ ଜୀବନ କାଟନ୍ତି ପ୍ରାଣୀଏ

ନଥାଏ ବରଷା ଖରା । 


ପୁଷ୍କରିଣୀ ଜଳ ଅତିବ ନିର୍ମଳ

ଦଣ୍ଡିକିରି ଖେଳେ ଜଳେ । 

ତିକ୍ଷ୍ଣ ନଜରରେ ଚାହିଁଛି ଛଞ୍ଚାଣ

ସୁନୀଳ ଆକାଶ କୋଳେ । 


କାଶତଣ୍ଡି ଫୁଲ ଚାମର ଢାଳୁଛି

ଶରତର ଆଗମନେ  । 

ବିଲ ଗହୀରରେ ଧାନ ଫୁଲ ଖେଳେ

ଶୀତଳ ସମୀର ତାନେ । 


ମହିଷା ମର୍ଦ୍ଦିନୀ ଦୁର୍ଗତି ନାସିନୀ

ବିଜେ ହେବେ ମଣ୍ଡପରେ । 

ମାତା ଆଗମନେ ହସୁ ଅଛି ଧରା

ଘଣ୍ଟ ଘଣ୍ଟା ଶବଦରେ  । 


ଆଶ୍ବିନ ଆସିଛି ଫୁଲେଇ ଜହ୍ନଟା

ହସେ ଜହ୍ନୀ ଫୁଲ ମେଳେ । 

ଫୁଲ ପକାଉଛି ଅନୁଢ଼ା କୁମାରୀ

ତୁଳସୀ ଚଉରା ମୂଳେ । 


ଆସିଛି ଶରତ ନିର୍ମଳ ଜଗତ

ଆନନ୍ଦ ସବୁରି ମନ । 

ଦେବୀ ଦଶଭୂଜା ସୁଦୟା କରିବେ

ରିଷ୍ଟ ହୋଇବ ଖଣ୍ଡନ । 




Rate this content
Log in