STORYMIRROR

Naliniprava Subudhi

Action

3  

Naliniprava Subudhi

Action

ଦ୍ବିତୀୟା ଓଷା

ଦ୍ବିତୀୟା ଓଷା

1 min
149


ମୂଳାଷ୍ଟମୀ ଦିନ ଆଦ୍ଯ ଆଶ୍ବିନ ।। 

ପୂଜାହେବେ ପ୍ରଭୁ ଦ୍ବିତୀବାହାନ ।। 

ଅପୁତ୍ରିକ ନାରୀ ଏ,ବ୍ରତ୍ତ  କରିବ ।।         

ଅବଶ୍ଯ ସନ୍ତାନ ପ୍ରାପ୍ତ ହୋଇବ ।।

 

ସ୍ବାମୀ, ପୁତ୍ର, ଧନ,ସମ୍ପଦ ପ୍ରାପ୍ତି ।। 

ସନ୍ତୋଷ ହୋଇବେ ପାର୍ବତୀପତି ।। 

ଏକବାର ପଡେ ପ୍ରଥମ ଦିନ ।। 

ଦ୍ବିତୀୟା ଓଷାର ପୂଣ୍ୟ ବିଧାନ ।। 


ଦ୍ବିତୀୟା ଓଷାକୁ ନିର୍ଜ୍ଜଳା କରି ।। 

ଇଶ୍ବର ପାର୍ବତୀ ମନେ ସୁମରି ।। 

ବ୍ରତଧାରୀମାନେ ନଦୀ ସ୍ନାହାନ ।। 

ପୂଜୁଥାନ୍ତି ପ୍ରଭୁ ଦ୍ବିତୀବାହାନ ।। 


ସମସ୍ତ ଫଳ,ଓପରିବା ମାନ ।। 

ବୁଟ, ଗଜାମୁଗ ବ୍ରତ ବିଧାନ ।। 

ପିତ୍ରାଳୟରୁ ନବବସ୍ତ୍ର ଆସଇ ।। 

ବ୍ରତଧାରୀ ଉପବାସ କରଇ ।।


ସଂନ୍ଧ୍ଯାକାଳେ କରି ନଦୀସ୍ନାହାନ ।। 

ବାଲିରେ ବାଲୁଙ୍କା କରି ଯତନ ।। 

ରାତ୍ରି ଆଗମନେ ଚଉରା ମୂଳେ ।। 

ପୂଜା କରୁଥାନ୍ତି ତରୁଣୀ ଗଣେ ।। 


ଚିଲ, ସାଗୁଣାଙ୍କୁ ପ୍ରସାଦ ଦେଇ ।। 

ତାପରେ ପ୍ରସାଦ ନିଜେ ଭୁଞ୍ଜଇ ।। 

ତହିଁ ପରଦିନ ଘାଣ୍ଟତିଅଣ ।। 

ବୁଟ, ଗଜାମୁଗ ପକାଇ ଆଣ ।। 


ସାହିପଡିଶାଙ୍କୁ ଭୋଗ ବାଣ୍ଟଇ ।। 

ଚିଲ, ସାଗୁଣାଙ୍କୁ ପ୍ରସାଦ ଦେଇ ।। 

ଦ୍ବିତୀବାହାନ ଙ୍କୁ ମନେ ସ୍ମରଇ ।। 

ପରିବାର ସାଥେ ପ୍ରସାଦ ଖାଇ ।। 


ଦୟାକରି ଥିବେ ଦ୍ବିତୀବାହାନ ।। 

ଜଗତେ ମଙ୍ଗଳ ହୋଇବ ଜାଣ ।। 

ଅପୁତ୍ରିକ ନାରୀ ସନ୍ତାନ ପାଇବ ।।

ଜଗତର ସବୁ ମଙ୍ଗଳ ହେବ. ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action