STORYMIRROR

Chittaranjan Nanda

Action Inspirational Others

4  

Chittaranjan Nanda

Action Inspirational Others

ମୁକତିର ଛବି ଆଙ୍କିବାର ଅଛି

ମୁକତିର ଛବି ଆଙ୍କିବାର ଅଛି

3 mins
331


ଛୁଆଟି ଦିନରୁ ମୁଁ ସବୁବେଳେ ବନ୍ଧୁ ବାନ୍ଧବ

ଓ ସହଯୋଗୀଙ୍କୁ,

ସିଧା କଥା କହିଥାଏ, ଯେମିତି ସେମାନେ 

ବୁଝି ପାରିବେ ତାକୁ ।୧।


ମୋର ମନ ମଧ୍ୟରେ ନଥାଏ ଡ୍ରାମାବାଜୀ

ଅବା ଛଳନା,

ହୃଦୟ ଭିତର କଥା ସାଧାରଣ ଶୈଳୀରେ

ବି କୁହେ ଯାହା ଜଣା ।୨।


ମଣିଷ ମନରେ ସ୍ବପ୍ନ ରହିଛି, ରହିବ, ତାହା 

ଦେଖିବା ଟା ତ ଭଲ

ଉଚ୍ଚ ହେବା ପାଇଁ ଉଚ୍ଚ ଆଶା ପୋଷଣ କରିବା, 

ସଦା ସର୍ବଦା ହୁଏ ଭଲ ।୩।

   

ଯାଇଥିଲି ଏକ ସାହିତ୍ୟ ସଭାକୁ ଶୁଣିବା ପାଇଁ 

ଗତକାଲି ଭୁବନେଶ୍ୱରକୁ

ଅନିଛା ସତ୍ତ୍ୱେ ଯାହା ଅନୁଭବ କରିଥିଲି ତାହା 

ଭାବେ ପ୍ରକାଶ କରିବାକୁ ।୪।


ସାହିତ୍ୟ ସାଧନା ନୂହେଁ କିଛି ଶ୍ଳୋକ ଅବା 

ଶବଦ ମନେ ରଖିବା

ଭାଷାର ଉନ୍ନତି ମନେ ନଥାଇ ବ୍ୟାକରଣ 

ମୁଖସ୍ଥ କରିଦେବା ।୫।


ସେବା ଏକ ଶବଦ, ସେପରି ଏକ ମହାନ୍ 

ଚିନ୍ତା ତପସ୍ୟା ଦରକାର,

ପ୍ରତ୍ୟେକ ସ୍ଥିତିରେ ଅନୁଭବ କରିବା ତାହା 

ଏକ ମଣିଷ ଜୀବନର ।୬।


ନିର୍ଦ୍ଦେଶକ ଠିକ୍ ତ, ଚଳଚିତ୍ର ପରି ସାହିତ୍ୟ 

ସଂଗଠନ ରହେ

ସେବା ସଂଗଠନ ହୁଏ ସର୍ବାଙ୍ଗସମ୍ପନ୍ନ ଯଦି

ସେବା ମନୋଭାବ ଥାଏ ।୭।


ଯଦି ନିର୍ଦ୍ଦେଶକ ଅନ୍ଧାରରେ ଫାଙ୍କି ଥାଏ, 

ବ୍ୟତିକ୍ରମ ଦେଖାଯାଏ, 

ବ୍ୟସ୍ତ ହୁଏ ଉତ୍ତମ ଲୋକର ମନ ଯାହାର

ସେବା ମନୋଭାବ ଥାଏ ।୮।


ସେବା ଓ ସାହିତ୍ୟ ସଂଗଠନ ଉପଯୋଗୀ

ହୁଏ ସେବା ମନୋବୃତ୍ତିରେ

ଉପଯୁକ୍ତ ଲୋକଙ୍କ ଦ୍ୱାରା ଓ ଉପଯୁକ୍ତ ଚିନ୍ତା

ଥିଲେ ମନୋଭାବରେ ।୯।


ସେହି ସାହିତ୍ୟ ସେବା ସଭାରେ ଶୁଣିଲି କିଛି

ତୁମ୍ବି ତୋଫାନ ଭାଷଣ 

ବହୁ ତଥାକଥିତ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କ ଦେଶ

ପାଇଁ ରୋଳ ଓ କ୍ରନ୍ଦନ ।୧୦।


କହିଲେ ଅହିଂସାର ଦର୍ଶନ ଓ ଗାନ୍ଧୀଙ୍କର କଲେ

ଜୟ ଜୟ ଗାନ,

କିନ୍ତୁ ହିଂସା ପଥେ ମତାନ୍ଧତା ଜାଳି ଜାଳି ଦେଶେ

ଯାହାର ସାରା ଜୀବନ ।୧୧।


ମତେ ମନେ ହେଲା ସେହି ସଭା ନଥିଲା ସେବା

ଅବା ସାହିତ୍ୟର ସ୍ଥାନ,

କେବଳ ନିର୍ବାଚନ ପାଇଁ ସାହିତ୍ୟ ଓ ସେବା ନାମେ

ଏକ ଗୋଟି ପ୍ରକୃଷ୍ଠ ସ୍ଥାନ ।୧୨।


ଭାବିପାର ଏ ତ କଳିକାଳ, ଦୁନିଆରେ ସବୁ 

ସାମାଜିକ ବ୍ୟବସ୍ଥା ଏହି ପ୍ରକାର, 

ସାହିତ୍ୟ ଓ ସେବା ପାଇଁ ସଦା ସର୍ବଦା ଏକ

ବାଲାନସ୍ ଏ ଦେଶେ ଦରକାର ।୧୩।


ଦୁଃଖ ଲାଗେ ଦେଲେ ସାହିତ୍ୟ ଓ ସେବାର

ସାରଥିର ମାନପତ୍ର, 

ମୂଲ୍ୟହୀନ ଓ ଶସ୍ତା କରି ଦେଲେ ସେବାକୁ 

ଗାନ୍ଧୀ ଓ ଗୋପବନ୍ଧୁଙ୍କର ।୧୪।


ସଂସାରରେ ଆଜି ଯାହା ବି କିଛି ବ୍ୟତିକ୍ରମ 

ଦେଖୁଛେ କି ପାଇଁ

ପାଇବା କେବଳ, କିଛି ମନୁଷ୍ୟର ସତ୍ୟର 

ବିପରୀତ ଆଚରଣ ପାଇଁ ।୧୫।


ସବୁ ବିପର୍ଯ୍ୟୟର ପ୍ରଥମ ସୋପାନ ହେଉଛି,

ଅଭିନୟ ଛନ୍ଦ ଓ ଅନ୍ଧତା,

ଅନୁଭବ କରି ପାରିବେ, ଆମର ମନକୁ ପରା

କବଳିତ କରିଛି ପରାଧୀନତା ।୧୬।


ଦୁଃଖ ଓ ପରିତାପର ବିଷୟ, ଏହା ଭରି ରହିଛି 

ରାଜନୀତି କ୍ଷେତ୍ରରେ

କଳା, ଶିକ୍ଷା, ସାହିତ୍ୟ ଓ ମୋ ଦେଶର ପ୍ରତ୍ୟେକ 

ଜନ ମାନସରେ ।୧୭।


କାହିଁ ଛେନା ଲବଣି, କାହିଁ ଚଲ୍ଲl ପାଣି, ଜିନ୍ଦାବାଦ 

ଚାଲେ ନେଇ ଏହି ଅପସଂସ୍କୃତିକୁ 

ପାଇବା କୃତ୍ରିମତା ନିଜ ନିଜ ହୃଦୟରେ ଯଦି ସୂକ୍ଷ୍ମ

ମନେ ନେଲେ ନିଜ ବିବେକ ବିଚାରକୁ ।୧୮।


କୁକର୍ମରେ ଲିପ୍ତ ରହି ସଫଳତା ପାଇବା, ଜାଣି 

ପାରିବନି ସେବା ମନୋବୃତ୍ତିକୁ

ମାଉଁସ ଖିରି ପୁଳିରେ ଭାସିଲେ କାହୁଁ ଜାଣିବ ଦାନା 

ପାଉ ନଥିବା ମଣିଷର ଶୋକକୁ ।୧୯।


ଚଳଚିତ୍ର ସଦୃଶ ସବୁଠାରେ ପାଇବା ମଣିଷ 

କେତେ ପ୍ରକାର ଓ ଚରିତ୍ରର 

ନାୟକ ନାୟିକା, ଅଭିନେତା, ଖଳ ଭିଲିଆନ, 

କମେଡିଆନ, କେତେ ପ୍ରକାର ।୨୦।


ବହୁତ ତଥାକଥିତ ପ୍ରତିଷ୍ଠିତ ବ୍ୟକ୍ତି ମାନଙ୍କର 

ଅନାସୟରେ ପତନ ହୋଇଯାଏ

ଖୋଜିଛକି ଭଉଣୀ ଭାଇ, ପତନମୂଖୀ ହେବାର 

ସବୁ କାରଣ କଣ ହୋଇଥାଏ ।୨୧।


"ମୁଁ ହାଇଲାଇଟ ହେବି", ସବୁଠାରୁ ଅଟଇ ବଡ଼ 

ପାଗଳାମୀ, ନୂହେଁ ଜୀବନର ଜରୁରୀ 

ବୁଦ୍ଧିର ବିକାଶେ ଆତ୍ମବିଶ୍ବାସ ବଢ଼ଇ ଓ ଅନ୍ତର୍ମୁଖୀ 

ହୋଇବା, କିଛି ମୂଲ୍ୟ ନାହିଁ କୁହୁଡି ପହଁରି ।୨୨।


ମୁଁ ଯାହା ଭାବେ, ତାହା ବ୍ୟକ୍ତ କରେ, କେବେ 

କହେ ତ ଇତିହାସ କଥା, 

ମନରେ ଆସିଲେ ଦେଶ ପାଇଁ ମୋର ଚିନ୍ତା,

ଗାଇଥାଏ ମାତୃଭୂମି ଗାଥା ।୨୩।


ଜନ୍ମ-ମ୍ରୁତ୍ୟୁ ଚିରନ୍ତନ ସତ୍ଯ, ହିଂସା ଲୋଭ 

ମୋହ ଗର୍ବ ଅହମିକାରେ 

ଭର୍ତ୍ତି ହୋଇଥିବା ମଣିଷ ଏ ତତ୍ତ୍ୱକୁ କାହୁଁ ସେ

ଜାଣିବ ଅବା ବୁଝିପାରିବରେ ।୨୪।


ଆଖି ଥାଇ ଯେଉଁ ବ୍ୟକ୍ତି ଅନ୍ଧ ମାନବିକତାର 

କଥା ଯଦି ବଖାଣିବ,

ସେ କାହୁଁ ଏ କଥାକୁ ବୁଝିପାରି ନିଜ ହୃଦୟରି

ରଖି ପାଳନ କରିବ ।୨୫।


ମୁଖାପିନ୍ଧା କିଛି ଲୋକ, କରନ୍ତି କୁକର୍ମ, କଷ୍ଟ 

ସମସ୍ତେ ବୁଝିବା ତାଙ୍କର ଫିକର 

ସଫଳ ହେବାକୁ ଚାହୁଁଛନ୍ତି, ଅରିଜିନାଲ ହୁଅନ୍ତୁ, 

ଏହା ମାର୍ଗ ତ ସଫଳତାର ।୨୬।


ସବୁ ମୋର ବନ୍ଧୁ ବାନ୍ଧବୀଙ୍କୁ କହୁଛି ମୋ ପାଇଁ 

ମୁଲ୍ୟହୀନ ତୁମ ମିଛ ସନମାନ 

ତୁମ ହୃଦୟରୁ ସେନେହ ପ୍ରଦାନେ ମୁଁ ପାଇଥାଏ 

ଅଶେଷ ଶାନ୍ତି ଜାଣ ।୨୭।


ଦୁନିଆର ସବୁ ଇତିହାସ ଜାଣିବାର ଅଛି ଓ 

ଲଢ଼ିବାର କୌଶଳ ଶିଖିବାର ଅଛି

ପାଉଁଶ ତଳ ନିଆଁକୁ ଲିଭେଇବାର ଅଛି, ନ୍ୟାୟ 

ଓ ମୁକତିର ଛବି ଆଙ୍କିବାର ଅଛି ।୨୮।


ସକାଳର କାକର ଟୋପା ପରି ଏ ବୟସ ଦୂର 

ପରବତ ପରି ସୁନ୍ଦର ଏ ଶରୀର

ସମାଜସେବୀ, ସାହିତ୍ୟିକ, ରାଜନେତା, ଆଲୋଡ଼ା 

ଜୀବନେ ସବୁ ମିଛ ସନମାନର ।୨୯।


ବୁଝିଛି ସାରୁ ପତ୍ରରେ ଢଳ ଢଳ ପାଣି ବୁନ୍ଦା 

ପରି ପ୍ରତି ମଣିଷର ଜୀବନ,

ବାଇ ଚଢ଼େଇର ଗପ, ଅଳସୀ ନଈର ରୂପ ସଦୃଶ 

ସବୁ ଗାଦୀ, ପ୍ରତିପତ୍ତି ଓ ସନମାନ ।୩୦।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Action