STORYMIRROR

Chittaranjan Nanda

Abstract Others

4  

Chittaranjan Nanda

Abstract Others

ବନ୍ଧୁ

ବନ୍ଧୁ

1 min
25


ସାଙ୍ଗ, ମିତ, ସାଥୀ, ବନ୍ଧୁ ଓ ସହଚର 

କୁହେ ଆମେ ସଙ୍ଗାତ ବଉଳ ବା ମକର


ହୃଦୟରୁ ଗ୍ରହଣରେ ଆସେ ମନେ ହରଷ

ସେଇ ସମ୍ପର୍କ ଦିଏ ତ ହୃଦୟରେ ପୀୟୂଷ


ସେ ସମ୍ପର୍କ ଯାହା ସାରା ଜଗତରେ ସାର

ପବିତ୍ର ଵିଶ୍ଵାସେ ରହିଥାଏ ହୋଇ ଆପଣାର


ବନ୍ଧୁ ପାଇଁ ବନ୍ଧୁ ଶୀତଳର ଛାଇ ଦୁର୍ଦ୍ଦିନରେ 

ବିପଦ ଆପଦେ ଵଳ ଦିଏ, ରହେ ପାଖରେ


ସମ୍ପର୍କରେ ନଥାଏ ସ୍ଵାର୍ଥ ଗଢ଼ା ନିଃସ୍ଵାର୍ଥରେ 

ସଚ୍ଚୋଟ ନିର୍ମଳ ଵନ୍ଧୁଟିଏ ଲୋଡା ହୃଦୟରେ 


କାନ୍ଦିଲେ, ତା' ଆଖି ଲୁହରେ ଭରି ଥାଇ 

ହସିଲେ ତା' ଓଠରୁ ଖୁସିର ମଧୁ ଝରିଥାଇ 


ରାଗିଲେ ସେ କଥାରେ ତ ମନେଇ ନିଏ

ଅଭିମାନ କଲେ ତା' ରାତି ପାହି ନଥାଏ 


ଝୁଣ୍ଟିଲେ, ତା' ହାତ ସାହାଯ୍ୟେ ବଢ଼ି ଆସେ ।

କଣ୍ଟା ଫୁଟିଲେ ତା' ଦେହରୁ ରକ୍ତ ଝରି ଆସେ


ବନ୍ଧୁଟିଏ ନାହିଁ ଯଦି ପ୍ରତ୍ୟେକ ଜୀବନରେ

ଶାନ୍ତିରେ ରହିବ କିପରି କୁହ ଏ ଭୁବନରେ


ଛଳନାର ବନ୍ଧୁ ଅଛନ୍ତି, ପାଇବାନି ଖୋଜିଲେ

ନାହିଁ ସ୍ନେହ ଶ୍ରଦ୍ଧା ହଜିଛି ଯେଉଁଠି ଦେଖିଲେ


ଅତୀତର ସେହି ସମ୍ପର୍କ ତ ଭାସି ଯାଇ ଅଛି 

ସମୟ ସ୍ରୋତରେ ଖାଲି ଯାହା ସ୍ମୃତି ରହିଛି 


ଅନ୍ତର ନୁହଁଇ ନିର୍ମଳ, ଜାଣିବନି ବନ୍ଧୁ ପ୍ରୀତି 

ଖୋଜିବାକୁ ପଡିବ ପ୍ରକୃତ ବନ୍ଧୁକୁ ତ ଏଠି


ବନ୍ଧୁତ୍ୱ ପାଇଁ, ନଥାଏ ଧନୀ ଗରିବ ଭେଦଭାବ

ଅମୃତ ଭାବନା ରଖିଲେ ହିଁ ପ୍ରକୃତ ବନ୍ଧୁ ମିଳିବ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract