STORYMIRROR

Chittaranjan Nanda

Abstract Action Others

4  

Chittaranjan Nanda

Abstract Action Others

ଚୁପ ରହିବା ଶ୍ରେୟ

ଚୁପ ରହିବା ଶ୍ରେୟ

1 min
24



ମିଶିଛି ତ ବହୁତ ବନ୍ଧୁ ଓକିଲାତିରେ,

ପାଇଛି ମୁଁ ବହୁ ବନ୍ଧୁ ଚାଲନ୍ତି ଇର୍ଷାରେ |୧|

ମନ କେବଳ ତ ଅନ୍ୟକୁ ଶୋଷିବାରେ,

ମନ ଭରି ରହିଛି ତାଙ୍କର ନିଷ୍ଠୁରତାରେ |୨|


ବଂଚନ୍ତି ମନ ମଧ୍ୟେ ରହି ପ୍ରବଂଚନାରେ,

ଜଳନ୍ତି ବିଶ୍ୱାସ ଘାତକତାର ଜଉ ଘରେ |୩|


ସେବା ମନୋଭାବ ମୁଖଶାଳାଟା ଭାଙ୍ଗିଛି,

ମଣିଷର ମମତାର ପୁଟ ନିଶ୍ଚିହ୍ନ ହୋଇଛି |୪|


ଜୀବନର ଝରଣା ବହି ଯାଇଛି ଓ ବହୁଛି,

ଗଲା ବେଳେ ପଥର ଦେହରେ ବାଜିଅଛି |୫|


ଯେତେ ବାଡେଇ ହେଲେ ବି ସେ ପଥରକୁ

ବୁହାଇ ନେଇ ପାରେନା ସତ୍ୟ ସନ୍ଧାନୀଙ୍କୁ |୬|


ସୁସ୍ଥ ଥିବ, ସମୟ ଥିବ, କିଛି ଲୋକଙ୍କର,

ଚେଷ୍ଟା ପ୍ରୟାସ ରହିଥାଏ ପାଖକୁ ଯିବାର |୭|


ଅଛନ୍ତି ବହୁ ବନ୍ଧୁ ପ୍ରକୃତି ଛଳନା ତାଙ୍କର,

ସମୟ ଟାଣି ନେବ ସେମାନଙ୍କୁ ଏତେ ଦୂର |୮|


ରହିଥିବ ସେହି ବଡ ବଡ କହିବା ବ୍ୟକ୍ତିଟିଏ,

ଶୁଣିବା ବ୍ୟକ୍ତି ନଥିବ ତାର କଥା ଶୁଣିବ କିଏ |୯|


ଏକା ନିଜକୁ ମନେକରି ମୋ' ବାଟରେ ଚାଲିଛି,

ଶୁଣିବା ବ୍ୟକ୍ତି କମ କହିବା ବ୍ୟକ୍ତି ଅଧିକ ଜାଣିଛି |୧୦|


ବିକାରଗ୍ରସ୍ତ ମାନସିକତାରେ ମଣିଷ ଗ୍ରାସିତ,

ଅତି ଭୟଙ୍କର ମତାନ୍ଧତାରେ ମାନସିକତା ଭ୍ରଷ୍ଟ |୧୧|


ହାତେ ମାପି ଚାଖଣ୍ଡେ ଚାଲିବା ହିଁ ବିଧେୟ 

ଦୃଢ଼ ମାନସିକତା ଜରୁରୀ, ଚୁପ ରହିବା ଶ୍ରେୟ |୧୨|



Rate this content
Log in

Similar oriya poem from Abstract