ହଜି ଯାଉଅଛି ଆସ୍ଥା ଓ ବିଶ୍ବାସ
ହଜି ଯାଉଅଛି ଆସ୍ଥା ଓ ବିଶ୍ବାସ
ପାଇବା ହେଉ ତାହା ନଈପଠା, ସମୁଦ୍ର ବାଲି, ଝାଉଁ
ବଣ, ଗାଁ ଓ ସହରରେ,
ସବୁଠି ଅତର୍କିତ ଆତଙ୍କ, ବିକଳପଣ ଓ ବିବଶତାର
ବହ୍ନି ବି ଆସି ଯିବରେ |୧|
କାରଣ ହଜି ଯାଉଅଛି ଆମ ମଣିଷ ଭିତରେ ରହିଥିବା
ଆସ୍ଥା ଓ ବିଶ୍ବାସ,
ସରସତାର ମଧୁ ପର୍ବ ଧାରା, ସମସ୍ତ ସମ୍ବନ୍ଧ ଭିତରୁ ହେଇ
ଯାଉଅଛି ଶେଷ |୨|
ଏବେ ଖୋଜିଲେ ଆଉ ପାଇବାନି ତ ଅଭିଧାନରେ ଲେଖା
ଥିବା ପ୍ରତିଶୃତି,
ଗୋଟିଏ କୌତୁହଳପୂର୍ଣ୍ଣ ପ୍ରଶ୍ନବାଚୀରେ ଜନ ସାଧାରଣ ଖାଲି
ଚାହିଁ ବସନ୍ତି |୩|
ଅନାଇ ବସିଛେ କିଏ ସେ ଆସିବ ବିଷମୟ ଜହର ଭିତରୁ
ଧୋଇ ଦେବାକୁ,
କିଏ ଅ
ଛି, ଅନ୍ତରରେ ଚନ୍ଦ୍ର ଜୋଛନା ଶୁଚି ସରଳ ଓ ପବିତ୍ର
ଭାବନା ଭରିବାକୁ |୪|
ସବୁ ନିୟମକୁ କଡାକଡି ପାଳନ ଯିଏ କରେ, ସହିବ କି
କଷ୍ଟ ଜୀବନ ସାରା,
କପାଳ ଲିଖନ ସତେ କି ବେଦ ବାଣ, ଗରିବ ଭାଗ୍ୟରେ
ଯୁଟିବନି ଆନନ୍ଦ ପସରା |୫|
ଗରିବ ବାପୁଡା ଫୁଙ୍ଗୁଳା ଦେହରେ ଖାଲି କପାଳରେ
ଭାଗ୍ୟକୁ ନିନ୍ଦି କାନ୍ଦଇ,
ପୁଂଜିପତିର ଟଙ୍କାର ବଳରେ ନେତାଏ ମିଛେ ଉପରକୁ
ମିଠା ଦେଖାଇ ଭାଷଇ |୬|
ନିଷ୍ଠୁର ସାଜିଛି, ଅଇଁଠା ବାଣ୍ଟିଣ ଦରବୃଦ୍ଧି ଓ ବେକାରୀ
ଯାତନା ବଢ଼ାଇ ଦିଏ,
ଭୁଲି ଯାଏ କିଆଁ ସିଏ ସବୁ ଦିନ ରହିବନି, ଦିନେ ପରା
ମଶାଣିର ଅତିଥି ହୁଏ |