ଦେଶକୁ କେମିତି ଗଢିବ?
ଦେଶକୁ କେମିତି ଗଢିବ?
ଶଙ୍କାଗ୍ରସ୍ତ ଜୀବନ, ପ୍ରତି ମୁହୂର୍ତ୍ତରେ ଦୁର୍ଦ୍ଦିନ
ଓ ମୃତ୍ୟୁର ତାଣ୍ଡବ,
ନିଜକୁ ନିଜେ ବଞ୍ଚାଇବା ଅକ୍ଷମ, ସେ ଦେଶ
କୁ କେମିତି ଗଢିବ |୧|
ମଣିଷରୁ ଆଜି ପଶୁ ପାଲଟିଛୁ, କଳଙ୍କ ତ
କରି ଚାଲୁ ପ୍ରତିଦିନ,
ବ୍ୟାକୁଳ ତ ମହିଳା, ଶିଶୁ, ଯୁବକ, ନେତା,
ଓ ସର୍ବ ସାଧାରଣ |୨|
ପରାଧୀନତାର ଗ୍ଲାନି ଭିତରୁ ଦେଶର ଜନତା
ପାଇଛନ୍ତି ମୁକତି,
ହାରି ତୁ ଯାଇଛୁ ମଣିଷରେ, ଦେଶରେ କିଆଁ
ଅସହାୟ ପରିସ୍ଥିତି |୩|
ହତୋତ୍ସlହ ମାନସିକତାରେ ନାଗରିକ, ଜଳକା
ସାଜେ ସରକାର,
ଅନ୍ଧକାରରୁ ମୁକ୍ତି ପାଇଁ କହେ ପ୍ରତିଦିନ, ଦୃଢ
ଆଇନ ଦରକାର |୪|
ବୁଦ୍ଧି, ବିବେକ ଓ ଜ୍ଞାନ ହଜେଇଲେ, ଆଇନ୍
କରି ଲାଭ କଅଣ,
ମୃତ୍ୟୁ
ଦଣ୍ଡ, ବୁଲଡୋଜର ନୀତିରେ ସଜାଡି କି
ହୁଅନ୍ତି ନର ଗଣ |୫|
ଜୀବନର ଲକ୍ଷ୍ୟ ନଜାଣି, ଲାଗିଲେ ଦିନରାତି
ହୋଇ ଏକାକାର,
ପୋଲିସ୍ ବା ସୈନ୍ୟ ଶକ୍ତି, ଦେଇ ପାରିବ କି
ବଳ ନିର୍ମଳ ଆତ୍ମାର |୬|
ଭୁଲି ଗଲୁ ପୁଂଜିର ନିଶାରେ ମାୟା ପଥେ ଜାଣି
କି ନଷ୍ଟ ହୋଇଲୁ,
ଅମଡା ବାଟେ ଯାଇ ଲୋଲୁପ ଦୃଷ୍ଟିରେ ନାରୀ
ଜାତିକୁ ଦେଖିଲୁ |୭|
ଶାଗୁଣା ତୋତେ ତ ତିଆରି କରିଲେ ସବୁ ଦିନ,
ଦେଶର ନେତା,
କେମିତି ପାଇବୁ ଆଉ ତୁହି ମଣିଷତ୍ୱର ସେ ଦୃଢତା
ଓ ଏକାଗ୍ରତା |୮|
ପାର୍ଲାମେଣ୍ଟ ବିଧାନ ସଭାରେ ବସିଛନ୍ତି କଳଙ୍କ କରି
ଦେଖ କେତେ ନେତା,
କାଠ କଣ୍ଢେଇ ହୋଇଅଛୁ, ମନୁଷ୍ୟକୁ ପୁଣି ଫେରିବା
ତ ଅନିଶ୍ଚିତତା |୯|