ମଣିଷର ସତ୍ୟ ଓ ଧରମ
ମଣିଷର ସତ୍ୟ ଓ ଧରମ


********************
ମଣିଷର ସତ୍ୟ ଓ ଧରମ
**********************
ବାଃ ବାଃ ରେ ମଣିଷ ଧନ୍ୟ ତୋର କାମ,
ପୂଜୁଛୁ ପଥର ମୂର୍ତ୍ତି,
ମନ୍ଦିର ତିଆରିରେ ଦାନ ତୁ ଦଉଚୁ ଅର୍ଜିବୁ
ତୋର ଯଶ କୀର୍ତ୍ତି |୧|
ବାପା ମାଆ ବୁଢା ବୁଢୀ ହୋଇଗଲେ ପାଖେ
ନରଖି ଆଶ୍ରମେ ଛାଡୁଛୁ କିଆଁ,
କଳା ବଜାର କରୁ ଗରିବଙ୍କୁ ତ ମାରୁ, କାହାକୁ
ଦେଖାଉଛୁ ତୁହି ଦୟା |୨|
ଧରମ ନାମରେ ପୁଂଜିପତି ନେତା ଯେତେକ
ସ୍ୱାର୍ଥଜୁ ଆପଣା କରେ,
ସ୍ୱାର୍ଥର ସାରଥୀ ହୋଇ ଭଲ ମନ୍ଦ କୁ ନବୁଝି
ବିଷ ମିଶାଅ ସଂସାରରେ |୩|
ବଡ ପଣ ସିନା ଦେଖାଉ କହୁ ତୋର ଧରମ
ହେଇ ଯିବ ପରା ବଡ,
ବଡ ହେଲେ କଅଣ ହବ ଯେ ସଂସାର ଧ୍ୱଂସ
ହେବ, ପାଇବାନି ନୀଡ |୪|
ଅନ୍ୟ ଧର୍ମକୁ ନୀଚ ଦେଖାଇବା ପୂର୍ବରୁ ଭାବିଛୁ
ନିଜ ଧର୍ମ କେତେ ଭଲ,
ଯଦି ଅନୁତାପ ନକରୁଛୁ ଜାତି ଓ ଦେଶର କିପରି
ହେବ କୁହ ମଙ୍ଗଳ |୫|
ପାପ ଉପରେ ପାପ କରି ଭାବୁ ସଭିଏଁ ସମାଜେ
ମରନ୍ତୁ ମୋ ବିନା,
ବିବେକ ଥାଇ କିପରି ଚିନ୍ତା ନାହିଁ ସୃଜକ ସର୍ଜନା,
କରୁଥାଉ ଆନମନା |୬|
ସମାଜରେ ମଣିଷ ଜୀବନ ଅଟଇ ଦୁର୍ଲଭ ଜଣେ
ତ ଅନ୍ୟ ଜଣଙ୍କ ପାଇଁ,
ସକଳ ସୁଖରେ ବଞ୍ଚିବାର ରାହା ପାଏତ ଜୀବନେ,
ଏ କଥା ସତ୍ଯ ଅଟଇ |୭|
ସତ୍ୟର ନୀତି କାହାର ଖାଇବା ରହିବା ଓ ପିନ୍ଧିବା
ଅଭାବ ନରହୁ,
ଜାତିର ଓ ଦେଶର କଲ୍ଯାଣ ସହିତ ବି ବିଶ୍ୱର ଖୁସି
ଓ ମଙ୍ଗଳ ହେଉ |୮|
ଚତୁଃପାର୍ଶ୍ବେ ଯାହା ଦେଖୁଅଛେ କାମ୍ୟ, ସଭିଏଁ
ସମସ୍ତଂକ ପାଇଁ,
ସେମାନେ ସୁଖରେ ରହିଲେ ସିନା ମଣିଷ ସୁଖ
ରେ ରହିବ ଯାଇ |୯|
ସ୍ୱାର୍ଥ ଯଦି ଭଉଣୀ ଭାଇ ସବୁଠାରୁ ହେବ ବଡ଼
ସଂସାର ହୋଇବ ତ ନଷ୍ଟ,
ମଣିଷପଣିଆ ଭୁଲି ସ୍ୱାର୍ଥରେ ମନ୍ଦିର କଲେ କୁହ
କଣ ସତେ ଦୂର ହେବ କଷ୍ଟ |୧୦|
ମାନବ ସେବାରେ ଯେ ଜନ ବିତାଏ ନିଜର
ବର୍ଷ ମାସ ଦଣ୍ଡ ଓ ଦିନ,
ତା'ଠାରୁ ମହତ କେହି ନାହିଁ ଆଉ ଜଗତରେ,
ତାର ହୁଅଇ ମହାପୁଣ୍ୟ |୧୧|
ସ୍ୱାର୍ଥପର ଲୋକ ପରା ଗୋଡ ଚାଟୁ ଚାଟୁ,
ବେଳ ଦେଖି ବେକକୁ ଧରେ,
ତା'ଠାରୁ ଦୁରେଇ ରହିବା ବିଶ୍ୱାସ ନକରିବା
ସେହି ଅବିଶ୍ୱାସୀ ନରେ |୧୨|
ସ୍ବାର୍ଥାନ୍ଧ ଜୀବନେ ନିଃସ୍ବାର୍ଥ ଭାବନା ଜନ୍ମାଇ
ପାରବେ କି କେହି
ଏ ସଂସାର ଭିତରେ ସଭିଏଁ ବଞ୍ଚି ପାରିବା ସିନା
ସଭିଏଁ ସଭିଙ୍କୁ ନେଇ |୧୩|