STORYMIRROR

Usharani Sahoo

Abstract

5  

Usharani Sahoo

Abstract

ଶାଶୁଘର

ଶାଶୁଘର

1 min
633


ଝିଅ ଜନମ ତ ଦୁଇ କୁଳକୁ ଲୋ

ବାପଘର ଶାଶୁଘର

ବାପଘରେ ଝିଅ ସ୍ୱର୍ଗର ପରୀଟେ

ଶାଶୁଘର ସ୍ୱପ୍ନପୁର।


ମଥାରେ ସିନ୍ଦୁର ମୁଣ୍ଡରେ ଓଢ଼ଣୀ

ପାଦ ଥାପି ଚାଲୁଥିବୁ

ନାଲି ଶଂଖା ତୁଲୋ ହାତରେ ନାଇଵୁ

ଧିରେ କଥା କହୁଥିବୁ।


ସକାଳ ସନ୍ଧ୍ୟାରେ ଚଉରା ମୂଳରେ

ବୃନ୍ଦାବତୀ ସୁମରିଵୁ

ଶାଶୁଘର ପାଇଁ ମଙ୍ଗଳ କାମନା

ନିତି ତୁହି କରୁଥିବୁ।


ଶାଶୁ ଶ୍ୱଶୁର ଯେ ଗୁରୁଜନ ତୋର

ସେବା ଯତ୍ନ କରୁଥିବୁ

ନଣନ୍ଦ ଦିଅର ଭାତୃଭଗ୍ନୀ ପରି

ସ୍ନେହ ଶ୍ରଦ୍ଧା ଦେଉଥିଵୁ।


ସ୍ୱାମୀ ତୋର ସଦା ସାକ୍ଷାତ ଦେଵତା

ନିତି ପୂଜା କରୁଥିବୁ

ପତିଙ୍କ ମନର ଭାବକୁ ଯେ ବୁଝି

ଦୁଃଖ କଷ୍ଟ ହରିନେଵୁ।


ଗୁରୁଜନ ଆଉ ଲଘୁଜନ ସେବା

କରୁଥିବୁ ସମଭାବେ

ସ୍ନେହ ପ୍ରେମ ଶ୍ରଦ୍ଧା ଏକତା ଡୋରିରେ

ବାନ୍ଧି ଦେବୁ ହୃଦମଧ୍ୟେ।


ଶାଶୁଘର ସତେ ଲାଗଇ ମନ୍ଦିର

ସ୍ନେହ ଥିଲେ ନିରନ୍ତର 

କେବେ ଶାଶୁଘର ଅଟେ ସ୍ୱର୍ଗପୁର

ଆଉ କେବେ ନର୍କପୁର।


କେତେ ଶାଶୁଘରେ ଯୈାତୁକ ଜନିତ

ବୋହୁ ପାଏ ପ୍ରତାରଣା

କେତେ ଯେ ଯାତନା ଅବା ଲାଞ୍ଛନା

ବୋହୁ ହୁଏ ନିର୍ଯାତନା।


ନିଜର ଲୁହକୁ ହୃଦୟରେ ରଖି

ଓଢ଼ଣୀ ତଳେ ସେ କାନ୍ଦେ

କାହାକୁ କହିବ ତା ମନ କାହାଣୀ

ମନେ ମନେ ସିଏ ନିନ୍ଦେ।


ତଥାପି ଵୋହୁଟେ ନିଜେ ଜଳି ଜଳି

ଗୃହର ସମୃଦ୍ଧ କରେ

ନିଜର ସମ୍ମାନ ମର୍ଯ୍ୟାଦାକୁ ଜଗି

ଈଶ୍ୱର ପ୍ରାର୍ଥନା କରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract