STORYMIRROR

Usharani Sahoo

Others

4  

Usharani Sahoo

Others

*****ପେଶାରେ ମୁଁ ଜଣେ ଶିକ୍ଷକ*****

*****ପେଶାରେ ମୁଁ ଜଣେ ଶିକ୍ଷକ*****

1 min
215

ଶିକ୍ଷା ଦୀକ୍ଷା ଆଉ କ୍ଷମାର ସାଗର

କର୍ତ୍ତ୍ୟବ୍ୟ ପଥେ ସେବକ

ଟିକି ଦୁଇ ହାତେ ଗଢ଼େ ମୁଁ ମଣିଷ

ପେଶାରେ ମୁଁ ଜଣେ ଶିକ୍ଷକ। (୧)

କିଏ କହେ ମୋତେ ଶିକ୍ଷକ ଶିକ୍ଷକ 

କିଏ କହେ ମୁଁ ମାଷ୍ଟର 

ଆଉ କିଏ କହେ ଗୁରୁ ଗରୀୟାନ

ସାକ୍ଷାତ ଚଳନ୍ତି ଈଶ୍ୱର। (୨)

କାହାଠାରୁ ପାଏ ମାନ ସନମାନ 

କିଏ କରେ ଅଟ୍ଟହାସ୍ୟ

କାହା ପାଇଁ ପୁଣି ସ୍ଵଂୟ ଭଗବାନ

ଭାଗ୍ୟ ତିଆରି ମଣିଷ। (୩)

ଦିପାଳି ପରି ମୁଁ ଜଳୁଛି ସର୍ବଦା

ମଣିଷ କରିବା ପାଇଁ

ଆଖିର ଲୁହକୁ ଓଠେ ପିଇ ମୁହିଁ 

ସର୍ବମୁଖେ ହସ ଦେଇ। (୪)

ଦୁନିଆ ଆଗରେ ସର୍କାରୀ ଭାବରେ

କର୍ମରେ ମୁଁ ନିୟୋଜିତ

ହେଲେ ଏଇ କର୍ମ କରୁଛି ମୁଁ ସତ

ପୁରେ ନାହିଁ ଜମା ପେଟ। (୫)

ସରକାର ପାଖେ ଖଟୁଛି ମୁଁ ବେଠି 

ଦାଦନ ଶ୍ରମିକ ଭାବେ

କର୍ମ ତୁଳନାରେ ସ୍ୱଳ୍ପିକ ବେତନ

ଉପାସରେ ଦିନ କଟେ। (୬)

ପିଲାଙ୍କ ପାଇଁ ମୁଁ ଅଟଇ ଶିକ୍ଷକ

କେବେ ସାଜେ ମୁଁ ଡାକ୍ତର

ସପ୍ତାହକୁ ଥରେ ଯୋଗାଏ ଔଷଧ

ନିରୋଗ ହେବ ଶରୀର। (୭)

ବାଳିକା ମାନଙ୍କୁ ଖୁସିର ବ୍ୟବସ୍ଥା

ବଗିଚା ପାଇଁ ମୁଁ ମାଳି

ମାଆ ବାପା ହୋଇ ବୁଝଇ ମୁଁ ସବୁ

ପିଲାଙ୍କର ଯେତେ ଅଳୀ। (୮)

ସ୍ଵଚ୍ଛତା ପାଇଁକି ନିଜେ ଝାଡୁ କରେ

ବିଦ୍ୟାଳୟ ପରିବେଶ 

ଦୋକାନୀଟେ ପରି ଚାଉଳ ପୁସ୍ତକ

ବାଣ୍ଟି ଦିଏ ମୁଖେ ହସ। (୯) 

ଏହା ସତ୍ତ୍ୱେ ମଧ୍ୟ ଜନଗଣନା ଓ

ଭୋଟର ତାଲିକା କାମ

ମରୁଡି ବାତ୍ୟାରେ ଗୃହେ ଗୃହେ ବୁଲି

ବୁଝିଥାଏ ଦୁଃଖ କର୍ମ। (୧୦)

ତଥାପି ସମାଜ ଆଖିରେ ରହିଛି

ମୋହ ପାଇଁ କେତେ କଥା

କିଏ ବା ବୁଝିବ ମୋ ଦୁଃଖ କାହାଣୀ

ମୋ ମନର ଯେତେ ଗାଥା।(୧୧)

NPS ଶିକ୍ଷକ ଭାବେ ପରିଚିତ

ନାହିଁ ମୋର ପେନସନ

କିପରି ପୋଷିବି ମୋର ପରିବାର

ସର୍ବଦା ଚିନ୍ତାରେ ମନ। (୧୨)

ଓଳିଏ ଖାଇଲେ ଓଳିଏ ଉପାସ

କିପରି ଚଳିବି ମୁହିଁ

ବାପାମାଆ ଆଉ ପୁଅଝିଅ ମୋର

ଭୋକରେ ଯାଆନ୍ତି ରହି। (13)

ତଥାପି କର୍ମରେ ହାରିଯିବି ନାହିଁ

ନିଜର ମୁଁ ଖୁସି ପାଇଁ

କର୍ତ୍ତବ୍ୟ ପଥରେ ହେବି ଅଗ୍ରସର

ଜୀବନକୁ ବାଜି ଦେଇ। (14)

ଯାହା ପାଇଁ ଆଜି କର୍ମେ ନିୟୋଜିତ

ଶିକ୍ଷକ ଭାବରେ ବନ୍ଧା

ସେମାନଙ୍କ ଖୁସି ମୋର ପ୍ରାଣବିନ୍ଦୁ

ଦେବିନାହିଁ କେବେ ବାଧା।(15)

ନିଷ୍ପାପ ନିରୀହ ସରଳ କଳିକା 

ମୁଁହିଁ ମେରୁଦଣ୍ଡ ତାର 

ଶିକ୍ଷକତାକୁ ଯେ କରିଛି ପାଥେୟ

ପ୍ରାଣ ଥିବା ଯାଏଁ ମୋର।(16)



Rate this content
Log in