STORYMIRROR

Usharani Sahoo

Others

4  

Usharani Sahoo

Others

ଜୟ ମା ତାରିଣୀ

ଜୟ ମା ତାରିଣୀ

1 min
310


ସଙ୍କଟ ହାରିଣୀ ବିପଦ ନାଶିନୀ

ଜୟ ଜୟ ମା ତାରିଣୀ

ମନ୍ଦାର ମାଳିନୀ ଘଟଗାଁ ବାସିନୀ 

ନମୋ ନଡ଼ିଆର ରାଣୀ।


ଶାଳଵୁଦା ମୂଳେ ତୁହି ବିରାଜିତ

ପାଇଥାଉ ମାଲୋ ପୂଜା

ନାଲି ମନ୍ଦାରକୁ ତୋ ମଥା ସିନ୍ଦୂର

ଆହାଃ କେଡେ ମନଲୋଭା।


କି ଗୁଣ ଗାଇବି ତୋହର ମହିମା

ପାରୁନାହିଁ କିଛି ଜାଣି

ମୁହିଁ ତ ଅଜ୍ଞାନୀ ପାରୁନି ବଖାଣି

ନୁହେଁ ମୁଁ ଯେ ଗୁଣୀ ଜ୍ଞାନୀ।


ଆଖିର ଲୁହରେ ଭିଜୁଛି ପଣତ

ଦୁଃଖର କଳନା ନାହିଁ

ଜୀବନ ପଥ ମୋ କଣ୍ଟକିତ ପଥ

ପାଦେ ନ ଚାଲି ପାରଇ।


ଦୋଛକିରେ ଆଜି ହାରିଯାଏ ମୁହିଁ

ମାୟାର ବନ୍ଧନେ ପଡ଼ି

କିପରି ଲୋ ମାଆ ନିସ୍ତାର ପାଇବି

ବିପଦୁ କରିଦେ ପାରି।


ଶୁଣିଥିଲି ମାଆ ଭକ୍ତିରେ ଡାକିଲେ

ହେଇଥାଉ ତୁହି ସାହା

ପ୍ରତ୍ୟେକ୍ଷ ଭାବରେ ବିଜେ ହୋଇଥାଉ

କରିବାକୁ ଟିକେ ଆହା।


ତୋର ଦୟାଵଳେ ଭକତ ଜନର

ଦୁଃଖ ହୋଇଥାଏ ଦୂର

ଜଗତ ତାରିଣୀ ଜଗତକୁ ମାଆ

କରୁଥା ସଦା ଉଦ୍ଧାର।


ଏତିକି ଲୋ ମାଆ ତୋର ପଦ ତଳେ

କରୁଅଛି ମୁଁ ଗୁହାରି

ତୋହର କରୁଣା ଢାଳିଦିଏ ମାଆ

ଆଶିଷ ଦିଏ ଅଜାଡି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍