STORYMIRROR

Usharani Sahoo

Others

4  

Usharani Sahoo

Others

ପଖାଳ ଦିବସ

ପଖାଳ ଦିବସ

1 min
358

****ପଖାଳ ଦିବସ****

ମୁଁ ଓଡ଼ିଆ ମୁଁ ଖାଣ୍ଟି ଓଡ଼ିଆ

     ଓଡ଼ିଶା ରାଜ୍ୟେ ଜନମ ମୋର

ଓଡ଼ିଆ ଅଟେ ଭାଷା ମୋହର 

     ମୁଁ ଓଡ଼ିଆ ମୁଁ ଖାଣ୍ଟି ଓଡ଼ିଆ।...(୧)

ଏ ମାଟି ପାଣି ପବନ ଛୁଇଁ

     ତାହାରି କୋଳେ ବଢ଼ିଛି ମୁହିଁ

ଓଡ଼ିଆ ବୋଲି ଗରଵେ କହେ

     ଖାଦ୍ୟ ଯେ ମୋର ଭାରି ବଢିଆ।...(୨)

ମୋ ଖାଦ୍ୟ ଯହିଁ କେତେ ରକମ

     ନାନା ଓଡ଼ିଆ ବାସିଙ୍କ ଆଶା

ସେହି ଆଶାରେ କ୍ଷୁଧା ମେଣ୍ଟାଏ

      ସୁନ୍ଦର ତା'ର ପଖାଳ କଂସା।...(୩)

ପଖାଳ ଭାତକୁ ଆଳୁ ଚଟଣୀ

      ବଡ଼ି ଚୁରା ବାଇଗଣ ପୋଡ଼ା

ଶାଗ ଭଜାକୁ ସଙ୍ଗରେ ନେଇ

      ଖାଇବା ଆଣି ଶୁଖୁଆ ପୋଡ଼ା।...(୪)

ଆଳୁ କଲରା ଚିପସ ପୁଣି

      ସଙ୍ଗରେ ଥାଏ ପାମ୍ପଡ ଭଜା

ପିଆଜ ସହ ଖଣ୍ଡିଏ ଲେମ୍ବୁ

      ଆହା କି ସତେ ଲାଗଇ ମଜା।...(୫)

ପଖାଳ ମଧ୍ୟେ ଦହି ପଖାଳ

      ଅମୃତ ପରି ତୋରାଣି ଜଳ

ଖାଇପିଇ ଦେଲେ ମିଳେ ଶାନ୍ତି

      ମନଟା ଲାଗେ ଭାରି ପ୍ରଫୁଲ୍ଲ।...(୬)

ଓଡ଼ିଆ ଘର ଖାଦ୍ୟ ବଢିଆ

      ଲାଗଇ ଯେ ଭାରି ସୁଆଦିଆ

ପିଲାଠୁ ବୁଢ଼ା ସଭିଙ୍କ ପ୍ରିୟ

      ସକାଳ ବେଳେ ହୁଅଇ ଲୋଡା।...(୭)

ଓଡ଼ିଆ ଜାତିର ଶ୍ରେଷ୍ଠ ଠାକୁର

      ତୋରାଣି ପାଣି ପ୍ରିୟ ତାଙ୍କର

ପୂଜା ଲାଗି ହୁଏ ଯେ ବ୍ୟବହାର

      ଡଙ୍କ ତୋରାଣି ନାମଟି ତା'ର।...(୮)

ରାଜ୍ୟରେ ହୋଟେଲ ସବୁ ଯେତେ

      ବିଭିନ୍ନ ଖାଦ୍ୟ ରହିଛି ସତେ

ସେହି ଖାଦ୍ୟରେ ନାହିଁ ସନ୍ତୋଷ

      ଵାସି ଭାତରେ ଥାଏଟି ତେବେ।...(୯)

ପଖାଳ ଭାତର କେତେ ମହତ

      ଖାଇଲେ ପେଟ ହୁଅଇ ଶାନ୍ତ

ଗ୍ରୀଷ୍ମ ଦିନରେ ଚାହିଦା ବେଶୀ

      ଗ୍ରୀଷ୍ମ ଦାଉରୁ ରକ୍ଷା କରେ ତ।...(୧୦)

ଖରାରୁ ରକ୍ଷା ପାଇବା ପାଇଁ

     ଲେମ୍ବୁ ପାଣି ଓ ଵାସି ତୋରାଣି

ଡିହାଇଡ୍ରେସନ ଦୂର ପାଇଁ

      ତୋରାଣି ପାନ କରିବା ତହିଁ।...(୧୧)

ତୋରାଣି ଗୁଣ ବର୍ଣ୍ଣନା ନାହିଁ

     ଯେତେ କହିଲେ ସରିବ ନାହିଁ

ମା ବାଢିଦେଲେ ଆନନ୍ଦେ ଆଣି

     ସର୍ବ ସୁଖ ଯହିଁ ମିଳଇ ତହିଁ।...(୧୨)

 **************************

ଉଷାରାଣୀ ସାହୁ

ସରକାରୀ ଉଚ୍ଚ ବିଦ୍ୟାଳୟ, ଟାଙ୍କୋଳ।

ଟାଙ୍ଗି, ଖୋର୍ଦ୍ଧା


Rate this content
Log in